କନକ ବ୍ୟୁରୋ: ବାତ୍ୟା ୟାସ୍ ହେତୁ ଆସନ୍ତାକାଲି ବିଏମସି ଅଂଚଳ ବା ଭୁବନେଶ୍ୱରରେ ବନ୍ଦ ରହିବ ଟିକାକରଣ । ବାତ୍ୟା ପାଇଁ ଗୋଟିଏ ଦିନ ଟିକାକରଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ । ତେବେ ଆସନ୍ତାକାଲି ଟିକା ନେବାକୁ ଥିବା ବ୍ୟକ୍ତିମାନେ ୨୯ ତାରିଖରେ ଟିକାକରଣ କେନ୍ଦ୍ରକୁ ଯାଇ ନିଜର ଟିକା ନେଇପାରିବେ ବୋଲି କୁହାଯାଇଛି ।
The Vaccination Drive tomorrow 26th May is herby rescheduled to 29th May in all the centres under BMC area due to #CycloneYaas.
Citizens who have booked their appointment for 26th May can take the Vaccination on 29th May with the same appointment slip#StaySafe#OdishaFightsYaaspic.twitter.com/vqQPJve0uq
— BMC (@bmcbbsr) May 25, 2021
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୟାସ୍ ଏବେ ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ଓଡିଶା ମୁହାଁ ହୋଇଛି । ଆସନ୍ତାକାଲି ସକାଳୁ ଏହା ଲ୍ୟାଣ୍ଡଫଲ କରିବ ବୋଲି ଆକଳନ ପ୍ରକାଶ ପାଉଛି । ଏହାଦ୍ୱାରା ଓଡିଶାର କିଛି ଜିଲ୍ଲା ମଧ୍ୟ ଗଭୀର ଭାବେ ପ୍ରଭାବିତ ହେବେ । ଅନ୍ୟପଟେ ଭୁବନେଶ୍ୱରରେ ବାତ୍ୟା ୟାସର ପ୍ରଭାବକୁ ଆଖି ଆଗରେ ରଖିି ଆସନ୍ତାକାଲି ପାଇଁ ଟିକାକରଣ ବନ୍ଦ ରଖାଯାଇଛି ।