ଟିକା ଅଭାବରୁ ଆଜି ୧୫୦୦ କେନ୍ଦ୍ରରୁ ମାତ୍ର ୨୫୬ଟି କେନ୍ଦ୍ରରେ ଚାଲିଛି ଟିକାକରଣ : ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

95

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ ଆରମ୍ଭ ହୋଇଛି । ଗ୍ରାମାଞ୍ଚଳରେ ୪୫ ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଚାଲୁ ରହିଛି । ଟିକା କମ ଥିବାରୁ କମ କେନ୍ଦ୍ରରେ ଟିକାକରଣ ଚାଲିଛି । ମୋଟ ୧୫୦୦ କେନ୍ଦ୍ରରୁ ମାତ୍ର ୨୫୬ କେନ୍ଦ୍ରରେ ଆଜି ଟିକାକରଣ ଚାଲିଛି ।

ଏବେ ରାଜ୍ୟରେ ମୋଟ ୪୬ ହଜାର ୨୨୦ କୋଭିସିଲ୍ଡ ଟିକା ମହଜୁଦ ରହିଥିବା ବେଳେ ୩ ଲକ୍ଷରୁ ଅଧିକ କୋଭାକ୍ସିନ ଟିକା ଅଛି । ଆସନ୍ତା ୨ ଦିନ ମଧ୍ୟରେ ଆଉ ଟିକା ଆସିବା ସମ୍ଭାବନା ରହିଛି । ଆହୁରି ଅଧିକ ୨୫ ଲକ୍ଷ ଟିକା ପାଇଁ ରାଜ୍ୟ ସରକାର ଅର୍ଡର କରିଛନ୍ତି । ଯଦି ଟିକା ପହଞ୍ଚେ ତେବେ ପୁଣି ସବୁ କେନ୍ଦ୍ରରେ ଟିକାକରଣ ବ୍ୟାପକ କରାଯିବ ବୋଲି ସୂଚନା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।