କନକ ବ୍ୟୁରୋ : ଦେଶରେ ଟିକାକରଣ ଆଗେଇ ଚାଲିଥିବା ବେଳେ ପିଲାମାନଙ୍କ ପାଇଁ ଏଯାଏଁ କୌଣସି ଟିକା ଆସି ନାହିଁ । ସେପଟେ ଏନେଇ ନୂଆ ଖବର ସାମ୍ନାକୁ ଆସିଛି । ଆସନ୍ତାମାସରୁ ଛୋଟ ପିଲାଙ୍କୁ ଟିକାକରଣ କରାଯାଇପାରେ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ବିଜେପିର ସଂସଦୀୟ ଦଳ ବୈଠକରେ ଏନେଇ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଟିକାର ଉତ୍ପାଦନ ବଢ଼ାଇବା ଉପରେ ସରକାର ଜୋର ଦେଉଛନ୍ତି । ଆଉ ଏଥିପାଇଁ ଅଧିକ କମ୍ପାନୀଙ୍କୁ ଟିକା ଉତ୍ପାଦନ ନେଇ ଲାଇସେନ୍ସ ଦେବା ଉପରେ ବିଚାର କରାଯାଉଛି ।
ଆସନ୍ତାମାସରୁ ଆରମ୍ଭ ହୋଇପାରେ ଛୋଟ ପିଲାଙ୍କ ଟିକାକରଣ । ବିଜେପିର ସଂସଦୀୟ ଦଳ ବୈଠକରେ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ।
/kanak/media/post_attachments/wp-content/uploads/2021/07/iStock-1286713934-scaled.jpg)