ଦିଲ୍ଲୀରେ ଯୁବକ ମାନଙ୍କ ପାଇଁ ନାହିଁ କୋଭିଡ ଟିକା । ବନ୍ଦ ରହିବ ଟିକାକରଣ । ବିଦେଶୀ ଟିକା ଦେବାକୁ ଅନୁମତି ମାଗିଲେ ମୁଖ୍ୟମନ୍ତ୍ରୀ

211

କନକ ବ୍ୟୁରୋ : ଦିଲ୍ଲୀରେ ୧୮ ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ଟିକା ଦେବାକୁ ଟିକା ନାହିଁ । ଆଜି ଠାରୁ ଟିକାକରଣ ବନ୍ଦ ରହିଥିବା ସୂଚନା ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଖ ପ୍ରକାଶ କରଛନ୍ତି । ସେ କହିଛନ୍ତି କି ଆମେ କେନ୍ଦ୍ରକୁ କିଛି ଟିକା ପାଇଁ ଅନୁରୋଧ କରିଥିଲୁ । ମେ ମାସରେ ଦିଲ୍ଲୀରେ ୧୬ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ହେଲେ କେନ୍ଦ୍ର ସରକାର ଜୁନମାସରେ ଦିଲ୍ଲୀର କୋଟା କାଟି ୮ ଲକ୍ଷ କରିଦେଇଛନ୍ତି । ଯଦି ପ୍ରତିମାସ ଦିଲ୍ଲୀରେ ୮ ଲକ୍ଷ ଲୋକଙ୍କୁ ଟିକା ଦିଆଯିବ ତେବେ ପୁରା ଦିଲ୍ଲୀବାସୀଙ୍କୁ ଟିକା ଦେବାକୁ ୩୦ ମାସ ଲାଗିବ ବୋଲି ସେ କହିଛନ୍ତି । କହିରଖୁ କି ଦିଲ୍ଲୀରେ ବର୍ତମାନ ପର୍ଯ୍ୟନ୍ତ ମୋଟ ୫୦ ଲକ୍ଷ ଡୋଜ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି କି କେବଳ ଦିଲ୍ଲୀ ନୁହେଁ ଟିକାର ଅଭାବ ଫଳରେ ସାରା ଦେଶାରେ ଲୋକମାନେ ନାହିଁ ନଥିିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । କରୋନା କବଳରୁ ଲୋକଙ୍କୁ ରକ୍ଷା କରିବାକୁ ହେଲେ ଟିକା ହିଁ ଏକମାତ୍ର ବିକଳ୍ପ ବୋଲି ସେ ମତ ଦେଇଛନ୍ତି ।

କେଜ୍ରିୱାଲ କହିଛନ୍ତି କି ସବୁ ବିଦେଶୀ ଟିକା ଭାରତରେ ବ୍ୟବହାର କରିବା ପାଇଁ କେନ୍ଦ୍ର ସରକାର ୨୪ ଘଂଟା ମଧ୍ୟରେ ଅନୁମତି ପ୍ରଦାନ କରନ୍ତୁ । ଭାରତ ସରକାର ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ଓ ସେହି ଦେଶର ସରକାର ମାନଙ୍କ ସହ ଆଲୋଚନା କରନ୍ତୁ । ଏହି ଦାୟିତ୍ୱ ରାଜ୍ୟମାନଙ୍କ ଉପରେ ଛାଡନ୍ତୁ ନାହିଁ ।