କନକ ବ୍ୟୁରୋ : ଜାରି ରହିଛି ଟିକା ଅଭାବ । ଆଜି ରାଜ୍ୟର ୧୫ଟି ଜିଲ୍ଲାରେ ହେବନି ଟିକାକରଣ । ଏବଂ ବାକି ୧୫ଟି ଜିଲ୍ଲାର ମାତ୍ର ୯୭ଟି ସେସନ ସାଇଟରେ ଟିକା ଦିଆଯିବ । ଅନୁଗୁଳ, ବାଲେଶ୍ୱର, ଦେବଗଡ, ଢ଼େଙ୍କାନାଳ, ଗଜପତି, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ, ନୂଆପଡା ଓ ସମ୍ବଲପୁରରେ ଆଜି ଦିଆଯିବନି ଟିକା ।
ରାଜ୍ୟରେ ଆଜି ୩ଲକ୍ଷ ୪୯ ହଜାର ୯୩୦ କୋଭିସିଲ୍ଡ ଟିକା ଥିବାବେଳେ ୩ଲକ୍ଷ ୯ ହଜାର ୫୩୦ କୋଭାକ୍ସିନ ଟିକା ରହିଛି । ଅନ୍ୟପଟେ ଗତକାଲି ରାଜ୍ୟର ୨୧୭ଟି କେନ୍ଦ୍ରରେ ୫୧ ହଜାର ୬୫୦ ଲୋକଙ୍କୁ ଟିକା ଦିଆଯାଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୧କୋଟି ୩୩ଲକ୍ଷ ୮୫ ହଜାର ୯୨୩ ଟିକା ଦିଆଗଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/3-12.jpg)