କନକ ବ୍ୟୁରୋ: ଟିକା ପାଇଁ ଠେଲା ପେଲା । ଜଗତସିଂହପୁର ବାଲିକୁଦା ଟିକାକରଣ କେନ୍ଦ୍ରରୁ ଆସିଲା ଏଭଳି ଚିତ୍ର । ଟିକା ନେବା ପାଇଁ ଲୋକେ ୪ଟା ରାତିରୁ ଆସି ଟିକାକରଣ କେନ୍ଦ୍ରରେ ଲାଇନ୍ ଲଗାଉଛନ୍ତି । ଏପରିକି ଟିକା ନେବା ପାଇଁ ପରସ୍ପର ଭିତରେ ଠେଲା ପେଲା ହେଉଥିବାର ଦେଖିବାକୁ ମିଳିଛି । ଭିଡ଼ ଭିତରେ ଲୋକଙ୍କ ମୁହଁରେ ମାସ୍କ ନଥିବା ବେଳେ ସାମାଜିକ ଦୁରତା ମଧ୍ୟ ନାହିଁ । ଖୋଲାଖୋଲି ଭାବେ କରୋନା ନୀୟମ ଉଲ୍ଲଘଂନ କରୁଛନ୍ତି ଲୋକେ ।
ଏପରିକି ଟିକା ନେବାକୁ ଆସି କରୋନା ସଂକ୍ରମିତ ନହେବେ ବୋଲି କହିହେବ ନାହିଁ । ଏମାନଙ୍କ ଭିତରେ ଟିକାନେବା ପାଇଁ ଯେଉଁ ପ୍ରତିଯୋଗୀତା ଚାଲିଛି । ତାଙ୍କ କେହି ସଂକ୍ରମିତ ନଥିବେ ବୋଲି କିଛି କହି ହେବନି । କରୋନା ମହାମାରୀ ପାଇଁ ସାରା ଦେଶରେ ଟିକା କରଣକୁ ଜୋରଦାର କରାଯାଉଛି । ଗାଁ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲୋକଙ୍କୁ ଟିକା ନେବା ପାଇଁ ସରକାରଙ୍କ ପକ୍ଷରୁ ସଚେତନ କରାଯାଉଛି । କିନ୍ତୁ ଟିକା ଅଭାବରୁ ଲୋକେ ଟିକା କରଣ ଆଗରେ ଏଭଳି ଭିଡ଼ ଜମାଉଥିବା ଜଣାପଡ଼ିଛି । କେଉଠି ରାତି ଅଧରୁ ଆସି ଲୋକେ ଲାଇନ ଦେଉଛନ୍ତି ତ ପୁଣି କେଉଁଠି ଲୋକେ ନିଜର ଆଧାର କାର୍ଡ଼କୁ ଲାଇନ୍ ରଖୁଛନ୍ତି ଲୋକେ ।