ଏସପ୍ଲାନେଡ ମଲରେ କାଲିଠୁ ହେବ ଟିକାକରଣ । ଜାଣନ୍ତୁ କେଉଁମାନେ ନେଇପାରିବେ ଟିକା ଓ ସାଙ୍ଗରେ କେଉଁ ପ୍ରମାଣପତ୍ର ଆଣିବାକୁ ପଡିବ ।

Advertisment
ଏସପ୍ଲାନେଡ ମଲରେ କାଲିଠୁ ହେବ ଟିକାକରଣ । ଜାଣନ୍ତୁ କେଉଁମାନେ ନେଇପାରିବେ ଟିକା ଓ ସାଙ୍ଗରେ କେଉଁ ପ୍ରମାଣପତ୍ର ଆଣିବାକୁ ପଡିବ ।

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ଏସପ୍ଲାନେଡ ମଲରେ ହେବ ଟିକାକରଣ । ୪୫ରୁ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ ୨ୟ ଡୋଜ ପାଇଁ ଡ୍ରାଇଭ୍ ଇନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଅନଲାଇନରେ ବୁକିଙ୍ଗ କରି ଟିକା ନେବା ପାଇଁ ଆସିପାରିବେ ।  ଅନଲାଇନ ବୁକିଂ ସମୟରେ ଯେଉଁ ସ୍ଲଟ ମିଳିଥିବ ସେହି ଅନୁସାରେ ଲୋକେ ଆସିବେ ।ପ୍ରଥମ ଦିନରେ ୪୦୦ ସ୍ଳଟ ଓପନ ରହିବ ତାପରେ ପରବର୍ତ୍ତୀ ଦିନ ମାନଙ୍କ ପାଇଁ ୫୦୦ ସ୍ଳଟ ଓପନ ରହିବ।

ଟିକା ନେବାକୁ ଆସୁଥିଲେ ଆଧାରକାର୍ଡ ସହ ପ୍ରଥମ ଡୋଜର ପ୍ରମାଣପତ୍ର ଧରିକି ଆସିବାକୁ ପଡିବ । ଏହାଛଡା ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବାରୁ କାରରେ ଡ୍ରାଇଭରଙ୍କ ସହ ଜଣେ ଓ ବାଇକରେ କେବଳ ଜଣେ ବ୍ୟକ୍ତି ଟିକା ନେବା ପାଇଁ ଆସିପାରିବେ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe