ମେ ପହିଲାରୁ ସାବାଳକ ଟିକାକରଣକୁ ଶକ୍ତ ଧକ୍କା । ଆସନ୍ତା ୧ ଓ ୨ତାରିଖରେ ବନ୍ଦ ରହିବ ଟିକାକରଣ 

301

କନକ ବ୍ୟୁରୋ : ଆସନ୍ତା ୧ ଓ ୨ତାରିଖରେ ଟିକାକରଣ ବନ୍ଦ । ମେ ପହିଲାରୁ ସାବାଳକ ଟିକାକରଣକୁ ଶକ୍ତ ଧକ୍କା । ଟିକା ଆସିନଥିବାରୁ ଟିକାକରଣ ବନ୍ଦ ରହିବ । ଟିକା ଆସିଲେ ସୋମବାର ଠାରୁ ଆରମ୍ଭ ହେବ ଟିକାକରଣ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି  ।

ତେବେ ସୂଚନା ଅନୁଯାୟୀ, ୧୮ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କୁ ଟିକାକରଣ ପାଇଁ  ଆଜି ଆସି ପହଞ୍ଚିପାରେ କୋଭାକ୍ସିନ୍ ଟିକା । କୋଭାକ୍ସିନ ଆସିଲେ କେବଳ ଭୁବନେଶ୍ୱରରେ ହେବ ଟିକାକରଣ । ଅପର ପକ୍ଷରେ ଆସନ୍ତା ଶନିବାର ଏବଂ ରବିବାର ସପ୍ତାହନ୍ତ ସଟଡାଉନ ପଡୁଛି । ତେଣୁ ଟିକା ଆସି ପହଞ୍ଚିବା ପରେ ସୋମବାରଠାରୁ ଆରମ୍ଭ ହୋଇପାରେ ଟିକାକରଣ । ପୂର୍ବରୁ ମେ’ ୧ତାରିଖରୁ ୧୮ବର୍ଷରୁ ଉଦ୍ଧ୍ୱର୍ଙ୍କୁ ଟିକା ଦିଆଯିବା ନେଇ ସରକାର ଘୋଷଣା କରିଥିଲେ । କିନ୍ତୁ ଏବେ ଠିକ୍ ସମୟରେ ଟିକା ପହଞ୍ଚିପାରିନଥିବାକୁ ଟିକାକରଣରେ ବାଧା ସୃଷ୍ଟି ହୋଇଛି । ସେପଟେ ଟିକାନେବା ପାଇଁ ଅନଲାଇନରେ ପଞ୍ଜିକରଣ କରୁଛନ୍ତି ଲୋକେ