କେନ୍ଦୁଝରରେ ଟିକାକରଣ ବନ୍ଦର ପ୍ରତିବାଦ । ଜିଲ୍ଲାପାଳ ଅଫିସ ଘେରିଲେ ଟିକା ନେଇନଥିବା ଲୋକେ ।

109

କନକ ବ୍ୟୁରୋ: ହୁ ହୁ ହୋଇ ବଢୁଥିବା କରୋନାକୁ ରୋକିବା ଦିଗରେ ଟିକାକରଣକୁ ପ୍ରାଥମିକତା ଦିଆଯାଉଛି । ଏଥିପାଇଁ ସାରା ଦେଶରେ ଟିକାକରଣ ଚାଲିଛି । ରାଜ୍ୟରେ ମଧ୍ୟ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଟିକାଦାନ ଚାଲିଛି । ହେଲେ ଏଭଳି ସମୟରେ କେନ୍ଦୁଝରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଲୋକେ ଟିକା ନେବାକୁ ଅପେକ୍ଷା କରିଥିବା ବେଳେ ଟିକାକରଣକୁ ବନ୍ଦ କରି ଦିଆଯାଇଛି । ଯାହାର ପ୍ରତିବାଦ କରି ଲୋକେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି । ଲୋକଙ୍କ କହିବା ଅନୁସାରେ, ଟିକା ନେବା ଆଶାରେ ସକାଳୁ ଆସି ଟିକାକରଣ କେନ୍ଦ୍ରରେ ଧାଡିରେ ଠିଆ ହେଉଛନ୍ତି । ହେଲେ ପ୍ରଶାସନ ପକ୍ଷରୁ କୌଣସି ସୂଚନା ନଦେଇ ଟିକାକରଣ କେନ୍ଦ୍ରକୁ ବନ୍ଦ କରାଯାଉଛି । ଯାହା ଫଳରେ ଲୋକଙ୍କୁ ନିରାଶ ହେବାକୁ ପଡୁଛି ।