ରାଜ୍ୟର ସମସ୍ତ ମେଡିସିନ୍ ଦୋକାନୀ ଓ କର୍ମଚାରୀ ନେବେ କରୋନା ଟିକା । ଜିଲ୍ଲାପାଳ ଓ ସମସ୍ତ କମିଶନରଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ ।

197

କନକ ବ୍ୟୁରୋ: କୋଭିଡ ବିରୋଧୀ ଯୁଦ୍ଧରେ ଏବେ ଟିକାକରଣରୁ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଏହି କ୍ରମରେ ଆଜି ଓଡିଶା ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ରାଜ୍ୟରେ ଥିବା ମେଡିସିନ୍ ଦୋକାନୀ ଏବଂ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯିବ । ଏନେଇ ବୁଧବାର ସ୍ୱାସ୍ଥ୍ୟ ବିଭାଗର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛି ।

ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଲକଡାଉନ୍ ଓ ସଟଡାଉନ ବେଳେ ମେଡିସିନ୍ ଦୋକାନୀମାନେ ସେମାନଙ୍କର ନିରବିଚ୍ଛନ ସେବା ଯୋଗାଇ ଚାଲିଛନ୍ତି । ପ୍ରତିଦିନ ସେମାନେ ଅନେକ ଲୋକଙ୍କ ସଂଶ୍ପର୍ଷରେ ଆସୁଛନ୍ତି । ତେଣୁ ଏହାକୁ ଆଖି ଆଗରେ ରଖି ସେମାନଙ୍କର ଟିକାକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ମେଡିସିନ ଦୋକାନରେ କାମ କରୁଥିବା କର୍ମଚାରୀଙ୍କ ଭିତରୁ ଯେଉଁମାନେ ୪୫ ବର୍ଷରୁ ଅଧିକ ବୟସ ସେମାନେ କେନ୍ଦ୍ର ଦେଇଥିବା ଟିକାରୁ ନେଇପାରିବେ । ଏହାସହ ଯେଉଁମାନଙ୍କ ବୟସ ୪୫ ବର୍ଷରୁ କମ ସେମାନେ ରାଜ୍ୟ କିଣିଥିବା ଟିକାରୁ ଟିକା ନେଇପାରିବେ ବୋଲି କୁହାଯାଇଛି ।