କନକ ବ୍ୟୁରୋ: କୋଭିଡ ବିରୋଧୀ ଯୁଦ୍ଧରେ ଏବେ ଟିକାକରଣରୁ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଏହି କ୍ରମରେ ଆଜି ଓଡିଶା ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ରାଜ୍ୟରେ ଥିବା ମେଡିସିନ୍ ଦୋକାନୀ ଏବଂ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯିବ । ଏନେଇ ବୁଧବାର ସ୍ୱାସ୍ଥ୍ୟ ବିଭାଗର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛି ।
ରାଜ୍ୟର ମେଡିସିନ୍ ଦୋକାନୀ ଓ କର୍ମଚାରୀଙ୍କର ହେବ ଟିକାକରଣ
ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ
ଟିକା ଉପଲବ୍ଧତାକୁ ଧ୍ୟାନ ଦେଇ ଟିକାକରଣ କରାଯିବ
କେନ୍ଦ୍ର ଦେଇଥିବା ଟିକାରୁ ୪୫ ବର୍ଷରୁ ଅଧିକଙ୍କର ହେବ ଟିକାକରଣ
୧୮ରୁ ୪୪ ବୟସ ବର୍ଗକୁ ରାଜ୍ୟ କିଣିଥିବା ଟିକାରୁ ହେବ ଟିକାକରଣ#Vaccinationpic.twitter.com/Ak9n4Iy3Hg— Kanak News (@kanak_news) June 9, 2021
ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଲକଡାଉନ୍ ଓ ସଟଡାଉନ ବେଳେ ମେଡିସିନ୍ ଦୋକାନୀମାନେ ସେମାନଙ୍କର ନିରବିଚ୍ଛନ ସେବା ଯୋଗାଇ ଚାଲିଛନ୍ତି । ପ୍ରତିଦିନ ସେମାନେ ଅନେକ ଲୋକଙ୍କ ସଂଶ୍ପର୍ଷରେ ଆସୁଛନ୍ତି । ତେଣୁ ଏହାକୁ ଆଖି ଆଗରେ ରଖି ସେମାନଙ୍କର ଟିକାକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ମେଡିସିନ ଦୋକାନରେ କାମ କରୁଥିବା କର୍ମଚାରୀଙ୍କ ଭିତରୁ ଯେଉଁମାନେ ୪୫ ବର୍ଷରୁ ଅଧିକ ବୟସ ସେମାନେ କେନ୍ଦ୍ର ଦେଇଥିବା ଟିକାରୁ ନେଇପାରିବେ । ଏହାସହ ଯେଉଁମାନଙ୍କ ବୟସ ୪୫ ବର୍ଷରୁ କମ ସେମାନେ ରାଜ୍ୟ କିଣିଥିବା ଟିକାରୁ ଟିକା ନେଇପାରିବେ ବୋଲି କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/06/13-8.jpg)