କନକ ବ୍ୟୁରୋ : କିଶୋରଙ୍କୁ ଟିକାକରଣରେ ଆଉ ଏକ ପାଦ ଆଗେଇବ ଭାରତ । କାଲିଠୁ ୧୨ରୁ ୧୪ ବର୍ଷ ବୟସ୍କଙ୍କୁ ଦିଆଯିବ କରୋନା ଟିକା । ଭାରତରେ ନିର୍ମିତ କୋର୍ବେଭାକ୍ସ ହେବ ପ୍ରୟୋଗ । ୨୮ ଦିନର ବ୍ୟବଧାନରେ ନେବେ ଦୁଇ ଡୋଜ ଟିକା ।
କେମିତି ମିଳିବ କିଶୋରଙ୍କୁ ଟିକା ?
-ଆସନ୍ତା କାଲିଠାରୁ ଆରମ୍ଭ ହେବ ୧୨ ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ
-ପିଲାଙ୍କ ଜନ୍ମ ମାର୍ଚ୍ଚ ୧୫, ୨୦୧୦ ପୂର୍ବରୁ ହୋଇଥିବା ଦରକାର
-ଅଭିଭାବକ ଅନଲାଇନରେ ରେଜିଷ୍ଟ୍ରେସନ କରିପାରିବେ
-ଟିକାକରଣ କେନ୍ଦ୍ରରେ ଅନସ୍ପଟ ରେଜିଷ୍ଟ୍ରେସନ ମଧ୍ୟ ହୋଇପାରିବ
-କୋୱିନରେ ଏହି ଆପ୍ଲିକେସନ ଆସିବା ପାଇଁ କିଛି ଦିନ ଲାଗିବ
-ତେଣୁ ପ୍ରଥମେ କିଛିଦିନ ଅନସ୍ପଟ୍ ରେଜିଷ୍ଟ୍ରେସନ କରିବେ
-ପ୍ରଥମେ ସ୍କୁଲଗୁଡିକରେ ଟିକାକରଣ କରାଯିବ
-୧୨ ରୁ ୧୪ ବର୍ଷ ପିଲାଙ୍କୁ କୋର୍ବେଭ୍ୟାକ୍ସ ଟିକା ଦିଆଯିବ
-ଏହାର ଦୁଇଟି ଡୋଜ ପିଲାଙ୍କୁ ଦିଆଯିବ
-ପ୍ରଥମ ଡୋଜ୍ ଦେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ
-ଟିକାନେବାର ଅଧଘଣ୍ଟା ଅବଜରବେସନରେ ରହିବେ
-ବର୍ତମାନ ରାଜ୍ୟରେ ୧୫ ଲକ୍ଷ ୪୭ ହଜାର ଡୋଜ ଟିକା ରହିଛି