ଟିକାନଥିବାରୁ ଘରୋଇ ହସ୍ପିଟାଲରେ ଆରମ୍ଭ ହୋଇପାରୁନି ଟିକାକରଣ । ବିଏମସି କମିସନର କହିଲେ, ଟିକା ଆସିଲେ ହେବ ଟିକାକରଣ ।

128

କନକ ବ୍ୟୁରୋ: କରୋନା ଟିକା ଆସିଲେ ରାଜଧାନୀର ଘରୋଇ ହସ୍ପିଟାଲରେ ଟିକାକରଣ କରାଯିବ । ପୂର୍ବରୁ ୩୧ଟି ଘରୋଇ ଡାକ୍ତରଖାନାରେ ଟିକାକରଣ କରାଯିବା ପାଇଁ ପ୍ରଥମ ଫେଜରେ ମନୋନୀତ କରାଯାଇଥିଲା । ହେଲେ ବର୍ତମାନ ସୁଦ୍ଧା କୌଣସି ପ୍ରାଇଭେଟ ହସ୍ପିଟାଲକୁ ଟିକା ଦିଆଯାଇ ନାହିଁ । ୧୮ରୁ ୪୪ ବର୍ଷ ବର୍ଗର ହିତାଧିକାରୀମାନଙ୍କ ଲାଗି ଦେଢ ଲକ୍ଷ ଟିକା ଆସଥିଲା । ବିଏମସି ପକ୍ଷରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍ଲଟ ବୁକିଂ ହୋଇସାରିଛି । ତେଣୁ ନୂଆ ଭ୍ୟାକ୍ସିନ ଆସିଲେ ଘରୋଇ ହସ୍ପିଟାଲକୁ ଦେବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ।

ଏଯାଏଁ ରାଜଧାନୀରେ ପାଖାପାଖି ୫ଲକ୍ଷ ହିତାଧିକାରୀ ପ୍ରଥମ ଓ ଦ୍ୱିତୀୟ ଡୋଜ ଟିକା ନେଇ ସାରିଲେଣି । ଏସପ୍ଲାନେଡ ମଲ୍ ପରି ଆଉ ୩ଟି ସ୍ଥାନରେ ବିଏମସି ଭ୍ୟାକ୍ସିନ ଇନ ଡ୍ରାଇଭ ବ୍ୟବସ୍ଥା କରାଯାଉଥିବା କମିସନର କହିଛନ୍ତି । ଯେଉଁଠି ୪୫ ବର୍ଷରୁ ଅଧିକ ବୟସ୍କ ହିତାଧିକାରୀମାନେ ଦ୍ୱିତୀୟ ଡୋଜ ଟିକା ସ୍ଲଟ ବୁକ କରି ନେଇପାରିବେ ।