ଟିକା ପାଇଁ ଲମ୍ବାଲାଇନ । ରାତି ୨ଟାରୁ ଆସି ଅପେକ୍ଷା କରିଛନ୍ତି ହଜାରେରୁ ଅଧିକ ଲୋକ 

146

କନକ ବ୍ୟୁରୋ : ଟିକା ପାଇଁ ଲମ୍ବାଲାଇନ । ରାତି ୨ଟାରୁ ଲୋକେ ଆସି ଟିକା ପାଇଁ କରିଛନ୍ତି ଅପେକ୍ଷା ।  ଲାଗିଛି ଗହଳି । କେନ୍ଦ୍ରପଡା ମହାବିଦ୍ୟାଳୟରେ  ଟିକା  ନେବା ପାଇଁ ଲୋକେ  ଲମ୍ବାଲାଇନ ଲଗାଇଛନ୍ତି । ଟିକା ଆସିଛି ୪ ଶହ କିନ୍ତୁ ଟିକା ନେବା ପାଇଁ ଲୋକ ଆସିଛନ୍ତି ହଜାରେରୁ ଅଧିକ ।

ରାଜ୍ୟରେ ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ  ଚାଲିଛି । କିନ୍ତୁ ଅଧିକାଂଶ ସ୍ଥାନରେ ଟିକା ଉପଲବ୍ଧ ହେଉନଥିବାରୁ ସମସ୍ୟା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର  ଭୁବନେଶ୍ୱର ଛଡା ରାଜ୍ୟର ସବୁ ସ୍ଥାନରେ ଏବେ ଟିକାର ପ୍ରଥମ ଡୋଜ ମିଳିବନି ବୋଲି ଘୋଷଣା କରିଛନ୍ତି  । କୋଭିସିଲ୍ଡର ଅଭାବ ପାଇଁ ଏବେ କେବଳ ଦିଆଯିବ ଦ୍ୱିତୀୟ ଡୋଜ । ଆଉ ଏହାରି ଭିତରେ ଟିକା ନେବା ପାଇଁ ଟିକାକରଣ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଟିକାନେବା ପାଇଁ ଆସିଥିବା ଲୋକେ ଭୁଲିଯାଉଛନ୍ତି ସାମାଜିକ ଦୂରତା । ଲାଇନରେ ଛିଡା ହୋଇ ଠେଲାପେଲା ହେଉଛନ୍ତି । ଯାହାଦ୍ୱାରା ଲୋକେ ଅଧିକ କରୋନା ସଂକ୍ରମିତ ହେବାର ଆଶଂକା ରହିଛି