କାଲିଠୁ କ୍ୟାମ୍ପେନ ମୋଡରେ ଆରମ୍ଭ ହେବ ଟିକାକରଣ । ଦୈନିକ ୩ଲକ୍ଷ ଡୋଜ୍ ଦେବାକୁ ରାଜ୍ୟ ସରକାରଙ୍କ ଟାର୍ଗେଟ

581

କନକ ବ୍ୟୁରୋ : ଆସନ୍ତାକାଲିଠୁ ରାଜ୍ୟରେ କ୍ୟାମ୍ପେନ ମୋଡ଼ରେ ଆରମ୍ଭ ହେବ ଟିକାକରଣ ପ୍ରକ୍ରିୟା । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ହେବ ଟିକାକରଣ । ପ୍ରତ୍ୟେକ ଦିନ ୩ଲକ୍ଷ ଟିକାକରଣ କରିବା ପାଇଁ ଟାର୍ଗେଟ ରଖିଛନ୍ତି ସରକାର । ଆସନ୍ତାକାଲି ରାଜ୍ୟର ସମସ୍ତ ବ୍ଲକ ଓ ମ୍ୟୁନିସପାଲଟିରେ କ୍ୟାମ୍ପେନ ମୋଡ଼ରେ ହେବ ଟିକାକରଣ ।
ଉଭୟ ରାଜ୍ୟ ଆଣିଥିବା ଓ କେନ୍ଦ୍ର ସରକାର ଯୋଗାଇ ଦେଇଥିବା ଟିକା ଲୋକମାନଙ୍କୁ ଦିଆଯିବ । ପ୍ରତ୍ୟେକ ବ୍ଲକରେ ୫ଟି ସେସନ, ଏନଏସସିରେ ୫ଟି ଲେଖାଏଁ ସେସନ, ପୌର ପରିଷଦରେ ୧୦ଟି ଓ ମହାନଗର ନିଗମରେ ୨୦ଟି ସେସନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହଯାଇଛି । ଉଭୟ ଅନଲାଇନ ଓ ଅଫଲାଇନ ଟିକାକରଣ ପାଇଁ ଜିଲ୍ଲା ସ୍ତରରେ ଯୋଜନା କରାଯାଇଛି । ସଠିକ ସମୟରେ ଦ୍ୱିତୀୟ ଡୋଜ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ବର୍ତମାନ ସୁଦ୍ଧା ୯୬ ଲକ୍ଷ ୭୭ ହଜାର ୫୯୨ ଡୋଜ ଟିକା ଦିଆଯାଇଛି । ଓଡ଼ିଶାର ୨୨ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଛି । ୧୦ଲକ୍ଷ କୋଭିସିଲ୍ଡ ଓ ୪ଲକ୍ଷ କୋଭାକ୍ସିନ ଏବେ ମହଜୁଦ ଅଛି । ଟିକାକରଣକୁ ଉଭୟ କରୁଥିବା ଲୋକଙ୍କୁ ସଚେତନ କରାଯାଉଛି । ଆଗାମୀ ଦିନରେ ଟିକାକରଣ ବୃଦ୍ଧି ପାଇବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।