ମାଲକାନଗିରିରେ ବଣ୍ଡାଘାଟିରେ ଆରମ୍ଭ ହେଲା ଟିକାକରଣ : ବଣ୍ଡା ଓ ଦିଦାୟୀ ଆଦିବାସୀଙ୍କୁ ଟିକା ଦେଉଛି ସ୍ୱାସ୍ଥ୍ୟ ବିଭାଗ

ସଂକ୍ରମଣ ଚେନ୍ ଭାଙ୍ଗିବା ଗାଁ ଗାଁରେ ବୁଲି ଚାଲିଛି ଆଂଟିଜେନ ପରୀକ୍ଷା

77

କନକ ବ୍ୟୁରୋ : ମାଲକାନଗିରି ବଣ୍ଡାଘାଟିରେ ଚାଲିଛି ଟିକାକରଣ । ଜିଲ୍ଲା ପ୍ରଶାସନର ସତନ୍ତ୍ର ଫୋକସ୍ ରହିଥିବା ଘାଟି ଅଂଚଳରେ ପହଂଚି ବଣ୍ଡା ଓ ଦିଦାୟୀ ଆଦିବାସୀଙ୍କୁ ଟିକା ଦେଉଛି ସ୍ୱାସ୍ଥ୍ୟ ବିଭାଗ । ଏହା ସହିତ ସଂକ୍ରମଣର ଚେନ ଭାଙ୍ଗିବା ପାଇଁ ପାହାଡ ଅଂଚଳର ଗାଁ ଗଣ୍ଡା ବୁଲି ଆଂଟିଜେନ ପରୀକ୍ଷା କରାଯାଉଛି ।

ବଣ୍ଡାଘାଟିରେ ୩୩ ଗୋଟି ଗାଁରେ ଆଂଟିଜେନ ଟେଷ୍ଟ କରିବା ସହିତ ୪୦ ରୁ ୬୦ ବର୍ଷ ବୟସ୍କ ଲୋକଙ୍କୁ କୋଭିସିଲ୍ଡ ଟିକା ଦେବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । ଆନ୍ଧ୍ର ସୀମାନ୍ତରେ ଥିବା ଅଣ୍ଡ୍ରାହଲ ପଂଚାୟତ ଅଧିନ ଖାଲଗୁଡା ଗାଁ ର ଦିଦାୟୀ ସମ୍ପ୍ରଦାୟଙ୍କୁ ଟିକା ଯୋଗାଇ ଦେଇଛି ସ୍ୱାସ୍ଥ୍ୟ ଟିମ୍ । ଗାଁ ଗାଁ ରେ ବ୍ୟାପକ ସଚେତନତା କରିବା ସହିତ ଭ୍ୟାକସିନ୍ ନେବାକୁ ସଚେତନତା କରୁଛନ୍ତି ସ୍ୱାସ୍ଥ୍ୟ କର୍ମଚାରୀ । ବଣ୍ଡାଘାଟିରେ ଲୋକେ ଆଦିମ ଜନଜାତି ହୋଇଥିବା ବେଳେ ନିଜର ପାରଂପାରିକ ଚିକିତ୍ସା ପଦ୍ଧତିକୁ ବିଶ୍ବାସ କରନ୍ତି । ତେବେ ପ୍ରଶାସନ ତରଫରୁ କିନ୍ତୁ ଏହି ରୋଗ ଏତେ ଭୟଙ୍କର ବୋଲି କହିବା ପରେ ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ଆରମ୍ଭ କରିଛନ୍ତି ।