ପ୍ରଥମ ଥର ପାଇଁ ମଲରେ ଆରମ୍ଭ ହେଲା ଟିକାକରଣ । ବିଏମସି ପକ୍ଷରୁ ଏସପ୍ଲାନେଡ ମଲରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଗଲା ଟିକା

243

କନକ ବ୍ୟୁରୋ : କୋଭିଡ ଟିକା ନେବାକୁ ବିଭିନ୍ନ ସ୍ଥାନରେ ଭିଡ ଜମୁଥିବା ବେଳେ ବହୁ ଲୋକ ଟିକା ପାଇଁ ସ୍ଲଟ ପାଉ ନଥିବା ଅଭିଯୋଗ କରୁଛନ୍ତି । ଟିକା ଦାନ କେନ୍ଦ୍ରରେ ଅବ୍ୟବସ୍ଥା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ୪୫ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଏସପ୍ଲାନେଡ ମଲ ପାର୍କିଂରେ ଟିକା ବ୍ୟବସ୍ଥା କରାଯାଇଛି । ଆଜି ଠାରୁ ଏଠାରେ ଟିକା ଦେବାକୁ ସ୍ଲଟ ବଂଟା ଯାଇଥିଲା । ଲୋକେ ଲାଇନରେ ଆସି ଟିକା ନେଇ ଯାଉଥିବା ଦେଖିବାକୁ ମିିଳିଛି ।
ବିଏମସି ପକ୍ଷରୁ କୁହାଯାଇଛି ଦୈନିକ ୨୦୦ରୁ ୩୦୦ ଲୋକଙ୍କୁ ଟିକା ଦେବାକୁ ସ୍ଲଟ ବୁକିଂ ହେଉଛି । ଯାହାର ସ୍ଲଟ ବୁକିଂ ହେଉଛି ତାକୁ ମେସେଜ ଯାଉଛି । ଯେଉଁମାନଙ୍କ ସ୍ଲଟ ଆବଂଟନ ହୋଇଥିବ, ସେମାନଙ୍କୁ ମଲ ପାର୍କିଂ ଅଞ୍ଚଳକୁ ଛଡାଯିବ ଏବଂ ସେମାନେ ଦ୍ୱିତୀୟ ଡୋଜ ଟିକା ନେଇପାରିବେ । ତେବେ ବିଏମସିର ଏହି ପଦକ୍ଷେପ ରାଜ୍ୟରେ ଟିକାକରଣକୁ ଆଗକୁ ନେବ ବୋଲି ଆଶା କରାଯାଉଛି