ନିଜର ଲୋକ ପ୍ରିୟତା ପାଇଁ ବଲିଉଡ ଅଭିନେତ୍ରୀ ବାଣୀ କାପୁର ଶ୍ରୀରାମ ଲେଖା ହୋଇଥିବା ଅନ୍ତବସ୍ତ୍ର ପିନ୍ଧିଥିବା ନଜର ଆସିଛନ୍ତି । ଏହିପରି ପୋଷାକ ପିନ୍ଧି ସୀମା ଲଂଘିଛନ୍ତି ଅଭିନେତ୍ରୀ ବାଣୀ କାପୁର । ସେ ଏହିପରି ଟପ୍ ପିନ୍ଧି ନିଜର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହା ରାମ ଭକ୍ତଙ୍କୁ ମର୍ମାହତ କରିବା ସହିତ ଲୋକଙ୍କ ଧାର୍ମୀୟ ଭାବନା ପ୍ରତି କୁଠାରଘାତ କରିଛି ।
Wearing Lord Sri Raam's name on the uncultured dresscode doesn't give value to the actress Vani Kapoor @Vaaniofficial. This is hurting the sentiments of devotees of Lord Sri Raam. We uarge to removed such images from the site and value the devotees sentiments.#vaanikapoor https://t.co/v0jRJntB5w
— Pratibha Nayak (@prati_nayak) November 13, 2019
ବାଣୀ ଏପରି ଏକ ପୋଷାକ ପିନ୍ଧିଛନ୍ତି ଯେଉଁଥିରେ ହରେ ରାମ ଲେଖା ହୋଇଛି । ଏହି ଫଟୋକୁ ସାମାଜିକ ଗଣମାଧ୍ୟମରେ ଲୋକ ଦେଖି ତାଙ୍କ ଉପରେ ନିଜର କ୍ରୋଧ ଜାହିର କରିଛନ୍ତି । ବାଣୀ ଏହି ପରି ହୀନ କାମ କରି ଲୋକଙ୍କ ଧାର୍ମୀୟ ଭାବନାକୁ ଆଘାତ କରିଥିବା ଆରୋପ ଲାଗିଛି । ଏହା ସହିତ ଲୋକେ ବାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ବାଣୀ ସୋସିଆଲ ମିଡିଆରୁ ନିଜର ଏହି ବିବାଦୀୟ ଫଟୋକୁ ହଟାଇ ଦେଇଥିବା ଜଣାପଡିଛି ।