କନକ ବ୍ୟୁରୋ: ଗଞ୍ଜାମରେ ଆଜି ମାରାଥନ ପ୍ରଚାର କରିବେ ବିଜେଡି ନେତା ଭି.କେ.ପାଣ୍ଡିଆନ । ଗୋପାଳପୁରରୁ ହେଲିକପ୍ଟରରେ ସେରଗଡ଼ ଯାଇ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପୁଣି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଖଲିକୋଟରେ ପହଁଚିବେ । ଦିନ ସାଢ଼େ ୧୧ଟାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ ପାଣ୍ଡିଆନ ।
ଏହାପରେ ପୁଣି ହେଲିକପ୍ଟର ଯୋଗେ ହିଞ୍ଜିଳକାଟୁିରେ ପହଞ୍ଚି ସେଠାରେ ମଧ୍ୟ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ହିଞ୍ଜିଳକାଟୁି ଓ ବ୍ରହ୍ମପୁରରେ ଦୁଇଟି ରୋଡ ସୋରେ ଶକ୍ତି ପ୍ରଦର୍ଶନ ସହ ଭୋଟ ଭିକ୍ଷା କରିବେ ବିଜେଡି ନେତା ଭି.କେ.ପାଣ୍ଡିଆନ । ଏହାପରେ ଗୋପାଳପୁର ଫେରିଯାଇ ପାନ୍ଥନିବାସରେ ରାତ୍ରିଯାପନ କରିବେ । ଗତକାଲି ସନ୍ଧ୍ୟାରେ ଗୋପାଳପୁରରେ ବିଶାଳ ରୋଡ ଶୋ କରିଥିଲେ ପାଣ୍ଡିଆନ । ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ଓ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ପାଇଁ ଭୋଟ ମାଗିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/2-11.jpg)