କଟକ ଚଣ୍ଡି ମନ୍ଦିରରେ ୫-ଟି ସଚିବ । ଜିଲ୍ଲାପାଳ ଓ ସିଏମସି କମିଶନଙ୍କ ସହ ପାର୍କିଂ ସମସ୍ୟା ଓ ୱାଟର ଲଗିଂ ନେଇ କଲେ ଆଲୋଚନା

120

କନକ ବ୍ୟୁରୋ : କଟକ ଚଣ୍ଡି ମନ୍ଦିର ବୁଲି ଦେଖିଲେ ୫-ଟି ସଚିବ ଭିକେ ପାଣ୍ଡିଆନ । ଆଜି ସକାଳୁ ପହଂଚି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହି ସମୟରେ ଜିଲ୍ଲାପାଳଙ୍କ ସହ କଟକ ଡିସିପି ଓ ମହାନଗର ନିଗମ କମିଶନ ଉପସ୍ଥିତ ଥିଲେ । ମାଆ କଟକ ଚଣ୍ଡିଙ୍କ ଦର୍ଶନ କରିବା ପରେ ମନ୍ଦିରର ମୁଖ୍ୟ ପୂଜକ ମନୋଜ ପଣ୍ଡାଙ୍କ ସହ କିଛି ସମୟ ଧରି ମନ୍ଦିର ସଂପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ୫-ଟି ସଚିବ ।
ଜିଲ୍ଲାପାଳ ଓ ମହାନଗର ନିଗମ କମିଶନଙ୍କ ସହ ପାର୍କିଂ ସମସ୍ୟା ଓ ୱାଟର ଲଗିଙ୍ଗ ବାବଦରେ ଆଲୋଚନା କରିଛନ୍ତି ୫-ଟି ସଚିବ । ଜିଲ୍ଲାପାଳ, ଆରଡିସି, ମହାନଗର ନିଗମ କମିଶନର ଓ କଟକ ଡିସିପି ମନ୍ଦିରର ଅନ୍ୟ ଷ୍ଟେକ ହୋଲ୍ଡରଙ୍କ ସହ ଆଲୋଚନା କରି କଟକ ଚଣ୍ଡି ମନ୍ଦିରର ଉନ୍ନତିକରଣ ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବେ ଓ ରାଜ୍ୟ ସରକାରଙ୍କୁ ଦେବା ପାଇଁ ନିର୍ଦ୍ଦେଶ ରହିଥିବା କହିଛନ୍ତି କଟକ ଜିଲ୍ଲାପାଳ ।