କନକ ବ୍ୟୁରୋ : ଦେଶର ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି ଡକ୍ଟର ଭି. ନାଗେଶ୍ୱରନ୍ । ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ଡକ୍ଟର ଭେଙ୍କଟରମଣ ଅନନ୍ଥ ନାଗେଶ୍ୱରନଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ନୂଆ ସିଇଏଙ୍କ ଉଭୟ ଅଧ୍ୟାପନା ଏବଂ ପ୍ରଶାସନିକ ଅଭିଜ୍ଞତା ରହିଛି ।

Advertisment

ସେ ଆଇଏଫ୍ଏମ୍ଆର ଗ୍ରାଜୁଏଟ୍ ସ୍କୁଲ ଅଫ୍ ବିଜନେସର ଡିନ୍ ଏବଂ କ୍ରିୟା ବିଶ୍ୱବିଦ୍ୟାଳୟରେ ଅର୍ଥନୀତିର ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ ।  ଏହା ସହ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦର ସାମୟିକ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି । ତିନିବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ କୃଷ୍ଣମୂର୍ତି ସୁବ୍ରମଣ୍ୟମ୍ ଗତବର୍ଷ ଡିସେମ୍ବରରେ ଏହି ପଦରୁ ଅବସର ନେଇଥିଲେ ।