କନକ ବ୍ୟୁରୋ : କାଶ୍ମୀରରେ ସକ୍ରିୟ ହୋଇଛି ନୂଆ ଆତଙ୍କବାଦୀ ସଂଗଠନ ଟିଆରଏଫ୍ । ଏହି ସଂଗଠନ ଲସ୍କରର ସ୍ଥାନ ନେବା ପାଇଁ ପାକ୍ ସେନା ଓ ଆଇଏସ୍ଆଇ ଠାରୁ ସମସ୍ତ ସହାୟତା ହାସଲ କରୁଛି । ଜମ୍ମୁ କାଶ୍ମୀର ଅନନ୍ତନାଗରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଟିଆରଏଫ୍ ।

Advertisment

ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ଦେଉଥିବା ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରର ଭାଗ୍ୟ ବଦଳିଛି । ସୁରକ୍ଷା ବାହିନୀର ସ୍ୱତନ୍ତ୍ର ଅପରେସନରେ ହିଜବୁଲ ଓ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନର ସଦସ୍ୟମାନେ ଅଧିକାଂଶ ଅଞ୍ଚଳରୁ ମୂଳପୋଛ ହୋଇଛନ୍ତି । ଏବେ ସାମ୍ନାକୁ ଆସିଛି ନୂଆ ଆତଙ୍କବାଦୀ ସଂଗଠନ ଟିଆରଏଫ୍ ।

କାଶ୍ମୀରକୁ ବିପଦ ଟିଆରଏଫ୍

- ଅନନ୍ତନାଗରେ ଉଚ୍ଚ ସ୍ଥାନରେ ଲୁଚି ରହି ଗୁଳି ବର୍ଷା କରିଥିଲେ ଆତଙ୍କବାଦୀ
- ଟିଆରଏଫର ୬ ଜଣ ଆତଙ୍କବାଦୀ ଏହି ଆକ୍ରମଣରେ ସାମିଲ ହୋଇଥିଲେ
- ଲସ୍କର କମାଣ୍ଡର କାସିମ୍ ହତ୍ୟାର ପ୍ରତିଶୋଧ ନେଇଥିବା ଟିଆରଏଫର ଦାବି
- ପ୍ରତିଶୋଧ ନେବାକୁ ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଦାବି
- ସ୍ଥାନୀୟ ଯୁବକଙ୍କୁ ଟିଆରଏଫରେ ସାମିଲ କରାଯାଉଥିବା ଗୁଇନ୍ଦା ରିପୋର୍ଟ ମିଳିଥିଲା
- ଗୁଇନ୍ଦା ରିପୋର୍ଟ ପରେ ସଂଗଠନକୁ ମୂଳପୋଛ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା
- ଏନକାଉଉଣ୍ଟରରେ ସଂଗଠନର ଅନେକ ଆତଙ୍କବାଦୀ ନିପାତ ହୋଇଛନ୍ତି
- ୨୦୧୯ରେ ଏହି ସଂଗଠନ ଆବିର୍ଭାବ ହେବା ପରଠୁ ଗୃହମନ୍ତ୍ରାଳୟ ନିଷିଦ୍ଧ ଘୋଷଣା କରିଛି
- ଟିଆରଏଫକୁ ପାକ୍ ଅଧିକୃତ କାଶ୍ମୀରର ପାକ୍ ସେନା ତାଲିମ ଦେଉଛି
- ଲସ୍କର ମୁଖ୍ୟ ହାଫିଜ୍ ସୟିଦର ସମର୍ଥନରେ ଏହି ସଂଗଠନ କାୟା ବିସ୍ତାର କରିଛି