କନକ ବ୍ୟୁରୋ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଙ୍ଗଳବାର ଦିନ ଏକ କ୍ରିକେଟ ମ୍ୟାଚ ଖେଳୁଥିବାବେଳେ ଆହତ ହୋଇଛନ୍ତି । ତାଙ୍କର ହାତରେ ଆଘାତ ଲାଗିଥିବା ନେଇ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଉତ୍ତରାଖଣ୍ଡର ଡେରାଡୁନର ଅଭିମନ୍ୟୁ କ୍ରିକେଟ ଏକାଡେମୀରେ ଖେଳାଯାଉଥିବା ଏହି ମ୍ୟାଚରେ ମୁଖ୍ୟମନ୍ତ୍ରୀଙ୍କ ଟିମ ବିଜୟୀ ହୋଇଥିଲା ।
आज देहरादून में मुख्यमंत्री- XI एवं भाजयुमो - XI के बीच मैत्री क्रिकेट मैच खेला। इस दौरान रणजी एवं भारतीय टीम में खेलने वाले उत्तराखण्ड के खिलाड़ियों को सम्मानित भी किया।@BJYM@Tejasvi_Surya pic.twitter.com/IPSbLSBZbf
— Pushkar Singh Dhami (@pushkardhami) December 21, 2021
ମିଳିଥିବା ସୂଚନା ମୁତାବକ ଡେରାଡୁନର ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ଦ୍ୱାରା ଏହି କ୍ରିକେଟ ମ୍ୟାଚର ଆୟୋଜନ କରାଯାଇଥିଲା । ଗୋଟିଏ ପଟେ ଯୁବମୋର୍ଚ୍ଚାର ଅଧ୍ୟକ୍ଷ ତେଜସ୍ୱୀ ସୂର୍ଯ୍ୟ ଥିବାବେଳେ ଅନ୍ୟପଟେ ପୁଷ୍କର ସିଂହ ଧାମୀଙ୍କ ଟିମ ଥିଲା । ମୁଖ୍ୟମନ୍ତ୍ରୀଙ୍କ ଟିମ ଏହି ମ୍ୟାଚରେ ୭ ଓଭରରେ ୪୯ ରନ କରିଥିଲା । କେବଳ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ୧୯ ରନ କରିଥିଲେ ।
Pushkar Singh Dhami 11 made 49 Runs in 7 overs
Pushkar Singh Dhami made 19 Runs not out
BJYM 11 will bat Now in the Captaincy of @Tejasvi_Surya https://t.co/nwx89NPexb pic.twitter.com/rrKurJ4Mca— Tajinder Pal Singh Bagga (@TajinderBagga) December 21, 2021
ଏହି ମ୍ୟାଚରେ ପୁଷ୍କର ସିଂହ ଧାମୀ-ଇଲେଭେନ, ବିଜେପି ଯୁବମୋର୍ଚ୍ଚା-ଇଲେଭେନକୁ ୪ ରନରେ ପରାସ୍ତ କରିଥିଲା । ଏହି ମ୍ୟାଚରେ ପୁଷ୍କର ସିଂହ ଧାମୀ-ଇଲେଭେନଙ୍କ ଟିମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କ୍ୟାବିନେଟ ମନ୍ତ୍ରୀ ସୁବୋଧ ଉନିୟାଲ, ଜାତିସ୍ଵରାନନ୍ଦ, ବିଧାୟକ ସହଦେବ ପୁନଦୀର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।