ଝରକାରୁ ମାରୁଛି ବର୍ଷା ଛିଟିକା, ଛତା ତଳେ ଚାଲିଛି ରୋଗୀ ସେବା । ଝରକାରେ କବାଟ ନଥିବାରୁ ୱାର୍ଡରେ ପଶିଯାଉଛି ପାଣି ।

131

କନକ ବ୍ୟୁରୋ : ଝରକାରେ ମାରୁଛି ବର୍ଷା ଛିଟିକା, ଆଉ ଛତା ତଳେ ଚାଲିଛି ରୋଗୀ ସେବା । ଏହି ଘଟଣା କେଉଁ ଉପାନ୍ତ ଅଞ୍ଚଳର ନୁହେଁ, ଏହା ଆସିଛି ଉପକୂଳ ଓଡିଶାରୁ । ପୁରୀ ଜିଲ୍ଲା ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଥିବା ଏହି ଘଟଣା ସ୍ମାର୍ଟ ସ୍ୱାସ୍ଥ୍ୟ ସେବାର କଥା କହୁଛି ।

ଝରକାରେ କବାଟ ନାହିଁ । ଡାକ୍ତରଖାନା ଭିତରକୁ ବର୍ଷା ପାଣି ଛିଟିକା ମାରୁଛି । ଚଟାଣରେ ପାଣି ପଡୁଥିବା ବେଳେ ପବନ ରୋଗୀଙ୍କୁ ଅସ୍ତବ୍ୟସ୍ତ କରୁଛି । ଜଣେ ମହିଳା ରୋଗୀ ଜ୍ୱରରେ ପୀଡିତ ହୋଇ ଡାକ୍ତରଖାନାକୁ ଆସିଛନ୍ତି । ତାଙ୍କୁ ସାଲାଇନ୍ ଦିଆଯାଉଛି । ଆଉ ତାଙ୍କ ମୁଣ୍ଡ ଉପରେ ଏକ ଛତା ରଖାଯାଇଛି । କାରଣ ଝରକା ପଟୁ ପାଣି ଛିଟିକା ମାରୁଛି, ଥଣ୍ଡା ପବନ ବି ଆସୁଛି । ତେଣୁ ରୋଗୀଙ୍କ ଚିକିତ୍ସା ଏମିତି ଛତା ତଳେ କରାଯାଉଛି । ଏଭଳି ଘଟଣା ଏବେ ରାଜ୍ୟର ସ୍ୱାସ୍ଥ୍ୟସେବା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।