ମେ’ ୨୩ ଫଳାଫଳ ପରେ ବି ‘ସାଇକେଲ’ର ସାଥ୍ ଛାଡ଼ିବନି ‘ହାତୀ’ ! ଅଖିଳେଶ କହିଲେ, ‘ୟେ ଦୋସ୍ତି ହମ୍ ନେହିଁ ତୋଡ଼େଙ୍ଗେ’ ।

176

କନକ ବ୍ୟୁରୋ: ରାଜନୀତି ରଙ୍ଗମଞ୍ଚରେ କିଏ କେତେବେଳେ ରଙ୍ଗ ବଦଳାଇବ ତାହା ବୁଝିବା କାଠିକର ପାଠ । ଠିକ୍ ସେହିପରି ଉତ୍ତର ପ୍ରଦେଶରେ ଲୋକସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । ଏଠାରେ ବିଭିନ୍ନ ଦଳର ନେତାମାନଙ୍କ ମଧ୍ୟରେ ବାକ୍ୟୁଦ୍ଧ ଚାଲିଛି । ଗତକିଛି ଦିନତଳେ ଉତ୍ତର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବା ବେଳେ ଏସ୍ପିକୁ ସମାପ୍ତ ପାର୍ଟି ଓ ବିଏସପିକୁ ବିଲକୁଲ ସମାପ୍ତ ପାର୍ଟି ବୋଲି କହିଥିଲେ ।

ସେପଟେ ପୂର୍ବରୁ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପିକୁ ବେହଦ ଝୁଟେ ପ୍ରଚାରକ ବୋଲି ଆଖ୍ୟା ଦେଇଥିଲେ । ହେଲେ ଏବେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି ଯେ ମେ’ ୨୩ ତାରିଖ ପରେ ବି ବହୁଜନ ସମାଜ ପାର୍ଟି ଏବଂ ସମାଜବାଦୀ ପାର୍ଟିର ମେଣ୍ଟ ଜାରି ରହିବ। ରାଜ୍ୟରେ ବିଧାନସଭା ନିର୍ବାଚନ ବି ଦୁଇ ଦଳ ମିଳିତଭାବେ ଲଢ଼ିବେ ବୋଲି କହିଛନ୍ତି ଅଖିଳେଶ ଯାଦବ ।

ସବୁଠାରୁ ଗୁରୁପୂର୍ଣ୍ଣ କଥା ହେଲା କି, ଅଯୋଧ୍ୟାରେ ନିର୍ବାଚନୀ ସଭାରେ କେଶବ ଚନ୍ଦ୍ର ମୌର୍ଯ୍ୟ । କହିଥିଲେ ଯେ ଉତ୍ତର ପ୍ରଦେଶର ଲୋକେ ଆଗରୁ କଂଗ୍ରେସକୁ ଏଠାରେ ସଂପୂର୍ଣ୍ଣ ସମାପ୍ତ କରିଛନ୍ତି । ଏଥର ଉତ୍ତର ପ୍ରଦେଶରେ ଲୋକେ ଏସପି ଏବଂ ବିଏସପିକୁ ଶେଷ କରିଦେବେ । କଂଗ୍ରେସ ଏବେ କେବଳ ଦୁଇଟି ଆସନ ରାୟବରେଲି ଓ ଆମେଥିକୁ କିପରି ବଜାୟ ରଖିବ,ସେଥିପାଇଁ ଚେଷ୍ଟା ଚଳାଇଛି । ଏସପି-ବିଏସପି ମେଣ୍ଟ ଏକ ଅସାଧୁ ମେଣ୍ଟ ବୋଲି ବି କଟାକ୍ଷ କରିଥିଲେ କେଶବ ପ୍ରସାଦ ମୌର୍ଯ୍ୟ ।