ମଧ୍ୟପ୍ରଦେଶ ଜବଲପୁର ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ! ୨୫ରୁ ଅଧିକ ଆହତ ହୋଇଥିବା ସୂଚନା

19

କନକ ବ୍ୟୁରୋ : ମଧ୍ୟପ୍ରଦେଶ ଜବଲପୁର ଗୋଳାବାରୁଦ କାରଖାନାରେ ବିସ୍ଫୋରଣ । ବିସ୍ଫୋରଣରେ ୨୫ଜଣ ଆହତ ହୋଇଛନ୍ତି । ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାବେଳେ ୭ନଂ ଗେଟ୍ ନିକଟସ୍ଥ ଏଫ-୩ ସେକ୍ସନରେ ପ୍ରଥମେ ବିସ୍ଫୋରଣ ହୋଇଥିଲା । ସେଠାରେ ଚାରି ହଜାରରୁ ଅଧିକ ୧୨୫ଏମଏମ ଟ୍ୟାଙ୍କ ନିରୋଧକ କ୍ଷେପଣାସ୍ତ୍ର ରହିଥିଲା । ଏହା ପରେ ତୁହାକୁ ତୁହା ପ୍ରାୟ ୩୦ରୁ ଅଧିକ ଥର ବିସ୍ଫୋରଣ ଘଟିଥିଲା ।

ପ୍ରଚଣ୍ଡ ନିଆଁକୁ ଆୟତ କରିବା ପାଇଁ ଘଟଣାସ୍ଥଳରେ ୫୦ରୁ ଅଧିକ ନିଆଁଲିଭାଳି ଦଳ ମୂତୟନ କରାଯାଇଛି । ବିସ୍ଫୋରଣରେ କିଛି ଲୋକ ଫଶି ରହିଥିବା ଜଣାପଡିଛି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଛି । ଯବାନମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବା ସହିତ କାରଖାନାର ସମସ୍ତ ୟୁନିଟକୁ ବନ୍ଦ କରିଦିଆଯାଇଛି । ଜବଲପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଘଟଣାସ୍ଥଳରେ ପହଁଚି ପରିସ୍ଥିତି ତଦାରଖ କରିଛନ୍ତି ।