ଉତ୍ତରକୋରିଆ ପ୍ରସ୍ତୁତ କଲା ଏଭଳି ମିଶାଇଲ, ଆମେରିକାର କୌଣସି ସ୍ଥାନରେ ବି ପକାଇପାରେ ବୋମା । ଶୁଣିବା ପରେ ଟ୍ରମ୍ପ୍ ଛାନିଆ

ଏହି ଖବର ପାଇବା ପରେ ଆମେରିକାର ରାଷ୍ଟ୍ରପତି ଚମକି ଉଠିଛନ୍ତି

673

କନକ ବ୍ୟୁରୋ : ବିବାଦିତ ବାମନେତା ତଥା ଉତ୍ତରକୋରିଆର ମୁଖ୍ୟ କିମ୍ ଜଙ୍ଗ ସବୁବେଳେ ପରମାଣୁ ଅସ୍ତ୍ର ତିଆରି କରିବା ଓ ତାକୁ ଜାତିସଂଘର ବିନା ପରାମର୍ଶରେ ତାକୁ ପରୀକ୍ଷା କରିବା ନେଇ ସବୁବେଳେ ବିବାଦରେ ରହିଛନ୍ତି । ଏବେ ଉତ୍ତରକୋରିଆ ଏମିତି ଏକ ମିଶାଇଲ ତିଆରି କରିଛି ଯାହାକୁ କି ସେ ଆମେରିକାର କୌଣସି ସହର ଉପରେ ପକାଇ ପାରିବ । ଉତ୍ତରକୋରିଆର ସରକାର ସମ୍ବାଦ ସରବରାହ ସଂସ୍ଥା ର ସୂଚନା ମୁତାବକ ଶନିବାର ଦିନ ମିଲଟାରୀ ପ୍ୟାରେଡ କାର୍ଯ୍ୟକ୍ରମରେ ଏହି ଇଣ୍ଟରକଣ୍ଟିନେଣ୍ଟାଲ ବାଲାଷ୍ଟିକ୍ ମିଶାଇଲକୁ ପ୍ରଦର୍ଶନ କରାଯାଇଥିଲା । ଏହି ଖବର ପାଇବା ପରେ ଆମେରିକାର ରାଷ୍ଟ୍ରପତି ଚମକି ଉଠିଛନ୍ତି ।
ଡେଲି ମେଲର ରିପୋର୍ଟ ମୁତାବକ ଉତ୍ତରକୋରିଆର ଏହି ମୋବାଇଲ ମିଶାଇଲ ଏତେ ବଡ ଜଣାପଡୁଛି କି ଏହା ଆମେରିକାର କୌଣସି ସହର ଉପରେ ହମଲା କରିପାରିବ । ଉତ୍ତରକୋରିଆର ଏହି ମିଶାଇଲ ବିଶ୍ୱ ମହଜୁତ ଥିବା ସବୁଠାରୁ ବଡ ଓ ଲମ୍ବା ମିଶାଇଲ ବୋଲି ପରିଗଣିତ ହୋଇପାରେ ।

ଭକ୍ସ. କମ୍ ର ରିପୋର୍ଟ ମୁତାବକ, ଆମେରିକାର ରାଷ୍ଟ୍ରପତିଙ୍କ ସହ ଯୋଡି ହୋଇଥିବା ସୂତ୍ର ମୁତାବିକ ଉତ୍ତରକୋରିଆ ଏହି ମିଶାଇଲ ପ୍ୟାରେଡରେ ପ୍ରଦର୍ଶନ ଖବର ପାଇବା ପରେ ଟ୍ରମ୍ପ୍ ଚକିତ ହୋଇଯାଇଛନ୍ତି । କହିରଖୁ କି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତରକୋରିଆର ଶାସକ କିମ୍ ଜଙ୍ଗଙ୍କ ମଧ୍ୟରେ ଅନେକ ଥର ଦେଖା ସାକ୍ଷାତ ହୋଇସାରିଛି । ମାତ୍ର ଦୁଇ ନେତାଙ୍କ ଭିତରେ ଆଲୋଚନା କେବେ ଶେଷ ପର୍ଯ୍ୟାୟରେ ପହଂଚିପାରି ନାହିଁ । ଏବେ ବୁଝବାକୁ ପଡୁଛି ଯେ କିମ୍ ଜଙ୍ଗ ଓନ ଯେତେବେଳେ ଆମେରିକା ସହିତ ବୁଝାମଣା ପାଇଁ କଥାବାର୍ତ୍ତା କରୁଥିଲା ସେହି ସମୟରେ ଉତ୍ତରକୋରିଆ ଶକ୍ତି ଶାଳୀ ଅସ୍ତ୍ର ଶସ୍ତ୍ର ନିର୍ମାଣ କରିବାରେ ବ୍ୟସ୍ଥ ଥିଲା ।
ଶନିବାର ଦିନ ସାମରିକ ପ୍ୟାରେଡ୍ ବେଳେ ଏହି ଇଣ୍ଟରକଣ୍ଟିନେଣ୍ଟାଲ ବାଲାଷ୍ଟିକ ମିଶାଇଲ ପ୍ରଦର୍ଶନ କରିବା ସହ ପାଣି ଯାହଜରୁ ନିକ୍ଷେପଣ ହୋଇପାରୁଥିବା ଏକ ବାଲାଷ୍ଟିକ ମିଶାଇଲ ବି ପ୍ରଦର୍ଶନ କରିଥିଲା । ଛବି ଓ ଭିଡିଓକୁ ଦେଖି ଏକ୍ସପର୍ଟ ମାନେ ଅନୁମାନ କରିଛନ୍ତି କି ଏହି ମିଶାଇଲର ଲମ୍ବ ୨୫ ରୁ ୨୬ ମିଟର ହୋଇପାରେ । ଏହା ସହ ଏହି ମିଶାଇଲ ୨ ହଜାରରୁ ୩ ହଜାର କିଲୋର ବମ୍ କୌଣସି ସ୍ଥାନରେ ପକାଇ ପାରିବ ।
ରିପୋର୍ଟ ମୁତାବକ ଶ୍ରମିକ ପାର୍ଟିର ୭୫ ତମ ବାର୍ଷିକ ଉତ୍ସବ ଅବସରରେ ରାତିର ଅନ୍ଧାକର ମଧ୍ୟରେ ଉତ୍ତରକୋରିଆର ରାଜଧାନୀ ପିଆଙ୍ଗୋଇଙ୍ଗ ଠାରେ ଏକ ବିରାଟ ସାମରିକ ପ୍ୟାରେଡ୍ ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତାନାଶାହୀ ଶାସକ କିମ୍ ଜଙ୍ଗ୍ ଓନ ନିଜେ ଉପସ୍ଥିତ ରହିଥିଲେ ବି କୌଣସି ବିଦେଶୀ ବ୍ୟକ୍ତି ବା ଫଟୋଗ୍ରାଫରଙ୍କୁ ଭିତରକୁ ଅନୁମତି ମିଳିନଥିଲା ।