ଉଦ୍ଧାର ଶ୍ରମିକଙ୍କୁ ହାଲଚାଲ ପଚାରି ମନୋବଳ ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ । ଶ୍ରମିକ ବଖାଣିଲେ ୧୭ଦିନର ସଂର୍ଘଷର କଥା

115

କନକ ବ୍ୟୁରୋ : ସୁରକ୍ଷିତ ଭାବେ ଟନେଲରୁ ଫେରିବା ପରେ କେତେ ଖୁସି ଅଛନ୍ତି ଶ୍ରମିକ ଆଉ କେତେ ଖୁସି ଅଛନ୍ତି ସରକାର । ମଙ୍ଗଳବାର ଉଦ୍ଧାର ପରେ ବୁଧବାର ଶ୍ରମିକଙ୍କ ସହ ଫୋନରେ କଥାବାର୍ତା ହୋଇ ହାଲଚାଲ ପଚାରିବୁଝିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କେମିତି ଥିଲା ୧୭ଦିନର ସଂଘର୍ଷ ସେକଥା ପଚାରିବୁଝିଥିଲେ ପ୍ରଧାନମନ୍ତ୍ରୀ । ଗୋଟି ଗୋଟି ସବୁ ଅନୁଭୂତିକୁ ବଖାଣିଛନ୍ତି ଶ୍ରମିକ । ସେପଟେ ସୁରକ୍ଷିତ ଉଦ୍ଧାର ପାଇଁ ସରକାର, ପ୍ରଶାସନ ସମେତ ଦେଶବାସୀ ଏବଂ ଉଦ୍ଧାରକାରୀ ଦଳଙ୍କୁ ଶ୍ରମିକମାନେ

ଟନେଲରୁ ଉଦ୍ଧାର ୪୧ ଶ୍ରମିକଙ୍କୁ ବାୟୁସେନାର ଚିନୁକ ହେଲିକପ୍ଟରରେ ଏୟାର ଲିପ୍ଟ କରାଯାଇଛି । ସେମାନଙ୍କୁ ରିଶିକେଶ ଏମ୍ସକୁ ନିଆଯାଇଛି । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ଅଧିକ ଯାଂଚ ଚାଲିଛି । ଦୁଇ ଦିନ ରହିବା ନେଇ ସୂଚନା ମିଳିଛି । ସେପଟେ ହସ୍ପିଟାଲରେ ଶ୍ରମିକଙ୍କୁ ଭେଟି ଏକ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେଇଛନ୍ତି ଉତରାଖଣ୍ଡ ସରକାର

ସଫଳ ହୋଇଛି ସିଲିକିଆରା ସୁଡ଼ଙ୍ଗ ଉଦ୍ଧାରକାମ । ଉଦ୍ଧାର ପାଇଁ ସବୁ ପନ୍ଥା ଯେତେବେଳେ ଫେଲ ମାରିଥିଲା ସେତେବେଳେ କମାଲ କରିଥିଲା ର୍ୟାଟ ହୋଲ ମାଇନର୍ସ । ତେବେ ପ୍ରଥମ ଦିନରୁ ଉଦ୍ଧାର କାମର ନେତୃତ୍ୱ ନେଇଥିଲ ଅର୍ନ୍ତଜାତୀୟ ସୁଡ଼ଙ୍ଗ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ । ଯାହାଙ୍କ ଚର୍ଚ୍ଚା ଏବେ ସବୁଠି । ଶ୍ରମିକଙ୍କ ଉଦ୍ଧାର ପାଇଁ ଟନେଲ ସମ୍ମୁଖରେ ନିର୍ମିତ ଅସ୍ଥାୟୀ ମନ୍ଦିରରେ ପ୍ରାର୍ଥନା କରିଥିଲେ ଡିସ୍କ ।

୧୭ଦିନର ଉଦ୍ଧାରକାମ ସଫଳ ହେବା ପଛରେ ସରକାର, ପ୍ରଶାସନ, ଉଦ୍ଧାରକାରୀଦଳ, ବିଶେଷଜ୍ଞ ଟିମର ଚେଷ୍ଟା ସହ ଦେଶବାସୀ ଏବଂ ପରିଜନଙ୍କ ପ୍ରାର୍ଥନା ରହିଛି । ଶେଷରେ ଜୀବନ ଜିତିଛି ଓ ସମସ୍ତଙ୍କ ମୁହଁରେ ହସ ଫୁଟିଛି । ସିଲିକିଆରା ସୁଡ଼ଙ୍ଗ ଉଦ୍ଧାରକାମ ଯେ କେବଳ ଏକ ଅନୁଭୂତି ଦେଇନି ବଂର କିଛି ଶିକ୍ଷା ମଧ୍ୟ ଦେଇଛି ।