କନକ ବ୍ୟୁରୋ : ଗତ ରବିବାର ଠାରୁ ଉତ୍ତରାଖଣ୍ଡ ଉତ୍ତରକାଶୀରେ ନିର୍ମାଣଧୀନ ଏକ ଟନେଲ ଧସିଯିବାରୁ ଭିତରେ ୪୧ ଜଣ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ସରକାରଙ୍କ ତରଫରୁ ସମସ୍ତ ପ୍ରଚେଷ୍ଠା ଜାରି ରହିଛି । ହେଲେ ଆପଣଙ୍କ ଭିତରେ ଉତ୍ସାହ ରହିଥିବ କି, ଫସି ରହିଥିବା ଶ୍ରମିକମାନଙ୍କୁ ବାହାରୁ କଣ କଣ ଖାଦ୍ୟ ଦିଆଯାଉଛି । ଏହି କ୍ରମରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଘଟଣା ସ୍ଥଳରେ ପହଂଚିଛନ୍ତି । ସେ କହିଛନ୍ତି କି ସୁଡଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଭିଟାମିନ୍ ଖୋରାକ ସହିତ ଆଣ୍ଟି ଡିପ୍ରେସନ ଔଷଧ ଦିଆଯାଉଛି । ଏହା ସହ ଶ୍ରମିକଙ୍କ ମନୋବଳ ବୃଦ୍ଧି କରାଯାଉଛି ମଧ୍ୟ । ପୁରୁଣା ଯୋଜନା ସହ ଏବେ ନୂଆ ଯୋଜନାରେ ୫ଟି ସ୍ଥାନରେ ଖୋଳା କାର୍ଯ୍ୟ ଚାଲିଛି ।

Advertisment

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି କହିଛନ୍ତି କି ଉଦ୍ଧାର କାର୍ଯ୍ୟରେ ଅନେକ ମେସିନ ନିୟୋଜିତ କରାଯାଇଛି । ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବାକୁ ବର୍ମାରୁ ଆସିଥିବା ୨ଟି ମେସିନ ବ୍ୟବହାର କରାଯାଉଛି । ସେ କହିଛନ୍ତି କି, ବର୍ମାରୁ ଆସିଥିବା ମେସିନ ଯଦି ଠିକ୍ କାମ କରେ ତେବେ ୨ ରୁ ୫ ଦିନ ମଧ୍ୟରେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରିବ ।