ଆମେରିକାକୁ ଉତରକୋରିଆର ଧମକ । ସ୍ପେଶ ମିଶନରେ ବାଧା ନଦେବାକୁ କିମ ଜଙ୍ଗ ଉନ ଦେଲେ ଚେତାବନୀ

ଆମେରିକାକୁ ଉତରକୋରିଆର ଧମକ । ସ୍ପେଶ ମିଶନରେ ବାଧା ନଦେବାକୁ କିମ ଜଙ୍ଗ ଉନ ଦେଲେ ଚେତାବନୀ

କନକ ବ୍ୟୁରୋ : ଆମେରିକାକୁ ଉତରକୋରିଆର ଧମକ । ଆମେରିକା ଯଦି ଉତରକୋରିଆର ମହାକାଶ ମିଶନ ଉପରେ କ୍ରୁର ଦୃଷ୍ଟି ପକାଏ ତେବେ ଏହାର କଡ଼ା ଜବାବ ଦିଆଯିବ ବୋଲି ଖୋଲା ଧମକ ଦେଇଛନ୍ତି ଏକଛତ୍ରବାଦ ଶାସକ କିମଜଙ୍ଗଉନ । କେବଳ ଜବାବ ନୁହେଁ ଏହା ଏକପ୍ରକାର ଯୁଦ୍ଧ ଡାକରା ବୋଲି ମାନି ସେହି ଅନରୂପ ଆକ୍ରମଣ କରାଯିବ ବୋଲି ଉତରକୋରିଆ ଧମକ ଦେଇଛି । ନିକଟରେ ମହାକାଶକୁ ପ୍ରଥମ ମିଲିଟାରି ଆଇ ବା ଗୁପ୍ତଚର ସାଟେଲାଇଟ ପଠାଇଛି । ଉତରକୋରିଆର ଏହା ଏକ ସିକ୍ରେଟ ସ୍ପେଶ ମିଶନ । ଯଦି ଏହା ଉପରେ ଆମେରିକା କୌଣସି ବାଧା ଆଣେ ତେବେ ଆମେରିକାର ସବୁ ସ୍ପାଏ ସାଟେଲାଇଟକୁ ଧ୍ୱଂସ କରିଦବୁ ବୋଲି ଉତରକୋରିଆ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe