କନକ ବ୍ୟୁରୋ: ଆସନ୍ତା ସପ୍ତାହଠାରୁ ‘ୟୁନିଫର୍ମ ସିଭିଲ କୋଡ’ ଲାଗୁ କରିବାକୁ ଯାଉଛି ଉତ୍ତରାଖଣ୍ଡ। ‘ୟୁନିଫର୍ମ ସିଭିଲ କୋଡ’ ଲାଗୁ କରିବାରେ ଉତ୍ତରାଖଣ୍ଡ ହେବ ଦେଶର ପ୍ରଥମ ରାଜ୍ୟ ବୋଲି ସୂତ୍ରରୁ ପ୍ରକାଶ।ଅବସରପ୍ରାପ୍ତ ଜଷ୍ଟିସ ରଂଜନ ଦେଶାଇଙ୍କ ନେତୃତ୍ୱରେ ଗଠିତ ଏକ କମିଟି ଆଗାମୀ ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଏକ ରିପୋର୍ଟ ଦାଖଲ କରିବେ ବୋଲି ସେମାନେ କହିଛନ୍ତି। ଦୀପାବଳିର ଏକ ସପ୍ତାହ ପରେ ଉତ୍ତରାଖଣ୍ଡ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେସନ ଡକାଯିବ, ସେଠାରେ ‘ୟୁନିଫର୍ମ ସିଭିଲ କୋଡ’ ବିଲ୍ ପାରିତ ହେବ, ଏହାକୁ ଆଇନଗତ ମାନ୍ୟତା ଦିଆଯିବ।
ଉତ୍ତରାଖଣ୍ଡରେ ଆସନ୍ତା ସପ୍ତାହରେ ଲାଗୁ ହେବ ନାଗରିକ ସଂହିତା ଆଇନ୍ । ଦୀପାବଳି ପରେ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ପ୍ରସ୍ତୁତି ।
Advertisment
Follow Us