ଉତ୍ତରପ୍ରଦେଶର ସିଲ୍କିରା-ବାରକୋଟ ଟନେଲ ମଧ୍ୟରେ ୧୨ ଦିନ ଧରି ଫସି ରହିଥିବା ୪୧ ଜଣ ଶ୍ରମିକ ପ୍ରତ୍ଯେକ ମୁହୂର୍ତ୍ତରେ ନିଜ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି । ଲାଗୁଛି ଯେମିତି ପର୍ବତ ସେମାନଙ୍କୁ ନିଜ ଭିତରେ ଲୁଚାଇ ରଖିଛି । ତାଙ୍କୁ ଉଦ୍ଧାର କରିବାକୁ ଦେଶ ତଥା ବିଦେଶରୁ ବହୁ ବିଶେଷଜ୍ଞ ମାନେ ଆସି ପହଁଚିଛନ୍ତି । ସେମାନଙ୍କୁ ବାହାର କରିବାକୁ ଅନେକ ଯୋଜନା ହେଇଛି । ଏହି ଉଦ୍ଧାର କାର୍ଯ୍ୟ ମଧ୍ୟରେ ସମସ୍ତେ ଏକ ମୂତନ ମେସିନର ନାମ ପ୍ରଥମଥର ପାଇଁ ଶୁଣୁଛନ୍ତି । ‘ଅଗର’ ଡ୍ରିଲିଂ ମେସିନ । ଆସନ୍ତୁ ଜାଣିବା ଏହି ଅଦ୍ଭୁତ ଯନ୍ତ୍ର ବିଷୟରେ ।
ଏହି ମେସିନର ନାମ ହେଉଛି ‘ଅଗର ଡ୍ରିଲିଂ ମେସିନ୍’ | ଏହା ଦୁଇଟି ଉପାୟରେ କାମ କରେ । ଏହା ଭର୍ଟିକାଲ ଗର୍ତ୍ତ ଖୋଳିଥାଏ । ଅର୍ଥ ହେଉଛି ଭୂମିରେ ଏକ ସିଧାଭାବରେ ଗାତ ଖୋଳିଥାଏ । ତେଣୁ ଏହି ଯନ୍ତ୍ରକୁ ଭର୍ଟିକାଲ୍ ଅଗର୍ ଡ୍ରିଲିଂ ମେସିନ୍ କୁହାଯାଏ .
ଯେତେବେଳେ ପାହାଡର ସମ୍ମୁଖ ଭାଗରେ ମାଟି ଓ ପଥରର ଦୃଢ ଚଟାଣ ଭାବେ ଠିଆ ହୋଇଥାଏ ସସେତେବେଳେ ସମ୍ମୁଖ ଭାଗରୁ ପାହାଡ଼ରେ ଛିଦ୍ର କରି ଗର୍ତ୍ତ କରିବାକୁ ପଡିଥାଏ । ସେତେବେଳେ ଇଞ୍ଜିନିୟର ମାନେ ଭୂସମାନ୍ତର ବା ଭର୍ଟିକାଲ ଅଗର୍ ଡ୍ରିଲିଂ ମେସିନ୍ ବ୍ୟବହାର କରିଥାନ୍ତି । ଆପଣ ଏହି ଚିତ୍ରରେ ଏଠାରେ ଦେଖିପାରିବେ ଯେ ଏକ ଲମ୍ବା ପାଇପ୍ ଆକୃତି ପରି ମୋଡିମୋଡି ହେଇ ବଙ୍କା ସ୍କ୍ରୁ ଅଛି । ତା ଆଗରେ ଏକ ହାମର ରଡ ଲାଗିଛି ଯାହା ଗାତ ଖୋଳିଥାଏ ।
ମେସିନର ସମ୍ମୁଖରେ ଥିବା ହାମର ରଡ କ୍ରମାଗତ ଭାବରେ ଘୁରୁଥାଏ ଏବଂ ଘୁରିଘୁରି ମାଟି ପଥର ଚଟାଣକୁ ଆଘାତ ଦେଇ ଦେଇ ଖୋଳିଥାଏ । ହାମର ପଛରେ ଥିବା ଏହାର ସ୍କ୍ରୁ ପରି ବଙ୍କା ଭାଗ ସେଠାରୁ ବାହାରୁଥିବା ମାଟିକୁ ପଛକୁ ଟାଣି ନେଇ ବାହାରକୁ ଫୋପଡ଼ିଥାଏ । ଏହାର ଅର୍ଥ ଏହିପରି ଛିଦ୍ର ତିଆରି କରିବା ପାଇଁ, ପୁରୁଣା ଟେକ୍ନୋଲୋଜି ପରି ଆଗ ଗାତ ଖୋଳି ପରେ ଡ୍ରିଲିଂ କରିବା ଆବଶ୍ୟକ ପଡେ ନାହିଁ ।
ହାମର ରଡ ଯେତିକି ଯେତିକି ଡ୍ରିଲିଂ କରିଥାଏ ସେଠୁ ବାହାରୁଥିବା ମାଟି ପଥର ପାଣି ଇତ୍ୟାଦିକୁ ଏହା ପଛରେ ଥିବା ବଙ୍କା ସ୍କ୍ରୁ ଡ୍ରାଇଭର ଭାଗଟି ସଙ୍ଗେ ସଙ୍ଗେ ସେଗୁଡିକୁ ବାହାରକୁ ଫୋପଡ଼ିଥାଏ । ରେଳ ଟ୍ରାକ୍ ପରି ରଖାଯାଇଥିବା ଲୁହା ଟ୍ରାକରେ ମେସିନ ଆଗକୁ ଆଗକୁ ବଢିଥାଏ । କିମ୍ବା ଯଦି ସେହି ଯନ୍ତ୍ରର ଚକ ଥାଏ ତେବେ ଚକା ସାହାଯ୍ୟରେ ଆଗକୁ ଯାଇଥାଏ ।
ଏହି ଯନ୍ତ୍ର ପ୍ରକୃତିର ବେଶି କ୍ଷତି ନକରି ସେ ସ୍ଥାନରେ ବଡ଼ ଏବଂ ଲମ୍ବା ଛିଦ୍ର ତିଆରି କରିବାରେ ସାହାଯ୍ୟ କରେ । ଅଗର ମେସିନରେ ଦୁଇ ପ୍ରକାରର ଡ୍ରିଲିଂ ବ୍ୟବସ୍ଥା ଅଛି । ପ୍ରଥମ ହେଉଛି ସଲିଡ୍ ଷ୍ଟେମ୍ ଅଗର୍ ଏବଂ ଅନ୍ୟଟି ହେଉଛି ହୋଲୋ ଷ୍ଟେମ୍ ଅଗର୍ । ଉଭୟ ଡ୍ରିଲର ନିଜସ୍ୱ ଲାଭ ଓ କ୍ଷତି ଅଛି । ସଲିଡ ଷ୍ଟେମ୍ ଆଗର୍ ମାଧ୍ୟମରେ ଭୂମିରେ ଏକ ଗଭୀର ଛିଦ୍ର ଖୋଳାଯାଏ । ଏହା ନଳକୂଅ ବୋରିଙ୍ଗ କଲାପରି କାମ କରିଥାଏ । ଏହାଦ୍ଵାରା ବହୁ ଖର୍ଚ୍ଚକାଟ ମଧ୍ୟ ହୋଇଥାଏ। ଖନନ କରିବାର ଏହି ପଦ୍ଧତିରେ ୪୦୦ ଫୁଟ ଗଭୀରତା ପର୍ଯ୍ୟନ୍ତ ଗାତ ଖୋଳା ଯାଇପାରେ । | ଏହି ଟେକନିକ କେବଳ ଦୁର୍ବଳ ମାଟି, କାଦୁଆ ଜାଗା ଏବଂ ବାଲିଆ ସ୍ଥାନରେ ଅଧିକ ଉପଯୋଗୀ ହୋଇପାରେ । ଏହାର ସର୍ବାଧିକ ମୋଟେଇ ୨୪ ଇଞ୍ଚ ପର୍ଯ୍ୟନ୍ତ ହୋଇଥାଏ ।
ହୋଲୋ ଷ୍ଟେମ୍ ଆଗର୍ ମାଧ୍ୟମରେ ପର୍ବତ ପରି ସ୍ଥାନରେ ଗାତ ଖୋଳାଯାଏ । ଯେପରି ଉତ୍ତରପ୍ରଦେଶରେ କରାଯାଉଛି । ଏଥିରେ ସ୍କ୍ରୁ ଡ୍ରାଇଭର ପରି ଏକ ଯନ୍ତ୍ରକୁ ଏକ ଅସ୍ଥାୟୀ ପାଇପ୍ ଭିତରେ ଭର୍ତ୍ତି କରାଯାଇ ପର୍ବତ ସାମ୍ନାରେ ରଖାଯାଇ ଗାତ ତିଆରି କରାଯାଏ । କିନ୍ତୁ ଏହା ବହୁତ ଟାଣ ପଥର ଭାଙ୍ଗି ପାରିବ ନାହିଁ । ଏହା ସର୍ବାଧିକ ୧୫୦ ଫୁଟ କିମ୍ବା ତା’ଠାରୁ କମ୍ ଦୂରତା ଯାଏ ଗାତ ଖୋଳିପରେ । ପୁଣି ଏହା ବହୁତ ସମୟ ସାପେକ୍ଷ ।
ଅଗରର ଅର୍ଥ ହେଉଛି ଡ୍ରିଲିଂ ମେସିନ୍ । ଏହାକୁ ବୋରିଙ୍ଗ ମେସିନ ମଧ୍ୟ କୁହାଯାଏ । ଏହା ଏକ ବିରାଟ ବଡ ସ୍କ୍ରୁ ଡ୍ରାଇଭର ସଦୃଶ୍ୟ ହୋଇଥାଏ । ଅଗର୍ ମେସିନକୁ ଅତି ସୁରକ୍ଷିତ ଭାବରେ ସ୍ଥାପନ କରିବାକୁ ପଡିଥାଏ । କାରଣ ଯତ୍ନବାନ ହେବାକୁ ପଡିବ ଯେ ଏହା ଅନ୍ୟ ପାର୍ଶ୍ୱରେ ସିଧାସଳଖ ଭାବେ ବାହାରକୁ ବାହାରିଥାଏ । ଗୋଟିଏ ପରେ ଗୋଟିଏ ପାଇପ୍ କେସିଙ୍ଗ୍ ଲଗାଇବାକୁ ପଡେ । ଏହାର ଅର୍ଥ ମେସିନ୍ ଡ୍ରିଲିଂ ଜାରି ରଖିଥାଏ ଏବଂ ତତସଙ୍ଗେ ପାଇପ୍ ମଧ୍ୟ ଲଗାଯାଇ ଥାଏ ।
ସାଧାରଣତଃ ତେଲ ପାଇପଲାଇନ, ୱାଟର ପାଇପଲାଇନ, ସ୍ୱେରେଜ୍ ପାଇପଲାଇନ ଲଗାଇବା ପାଇଁ ଆଗର୍ ମେସିନ୍ ବ୍ୟବହୃତ ହୋଇଥାଏ । ଏଥିପାଇଁ ଭୂମିରେ ଗାତ କରିବାର କରିବାର କୌଣସି ଆବଶ୍ୟକତା ପଡେ ନାହିଁ । ଏହି କାରଣରୁ, ଅଧିକ ଶବ୍ଦ କିମ୍ବା ପ୍ରଦୂଷଣ କରେନାହିଁ । ଆର୍ଥିକ ଦୃଷ୍ଟିରୁ ଏଥିରେ କମ ଖର୍ଚ୍ଚ ମଧ୍ୟ ହୋଇଥାଏ । ଏହା ସେହି ସ୍ଥାନ ପାଇଁ ବିଶେଷ ଉପଯୋଗୀ ଅଟେ ଯେପରି ସହରଗୁଡିକର ରାସ୍ତା କଡ଼ରେ କୌଣସି ପ୍ରକାର ଖୋଳିବାକୁ ପଡେ ।
ହରାଇଜୋଣ୍ଟାଲ୍ ବା ଭୂସମାନ୍ତର ଆଗର୍ ବୋରିଂ ମେସିନର ସବୁଠାରୁ ବଡ ସୁବିଧା ହେଉଛି ଏହାଦ୍ଵାରା ଆବର୍ଜନା ବିସ୍ତାର ହୁଏ ନାହିଁ । ଗର୍ତ୍ତଟି ସିଧା ହୋଇଥାଏ । ଏହା ଆମ ଦେଶରେ ମଧ୍ୟ ଉପଲବ୍ଧ ହେଉଛି । ବିଭିନ୍ନ ଆକାରର ମେସିନ୍ଗୁଡ଼ିକର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଉତ୍ତରାଖଣ୍ଡକୁ ଆସିଥିବା ଆଗର ଡ୍ରିଲିଂ ମେସିନର ମୂଲ୍ୟ ୧୫ ରୁ ୨୫ ଲକ୍ଷ ମଧ୍ୟରେ ରହିଛି । ମୂଲ୍ୟ ଯନ୍ତ୍ରର ଶକ୍ତି ଉପରେ ନିର୍ଭର କରେ ।