୮ ଦିନ ହେଲା ଟନେଲରେ ଫସିଛି ୪୦ ଶ୍ରମିକଙ୍କ ଜୀବନ । ସୁଡଙ୍ଗ ଉପରୁ ଖନନ ପାଇଁ ଯୋଜନା, ୫ଟି ସ୍ଥାନରୁ ଚାଲିବ ଉଦ୍ଧାର ଅଭିଯାନ

77

କନକ ବ୍ୟୁରୋ : ଉତରାଖଣ୍ଡ ଉତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଏ ଯାଏଁ ଉଦ୍ଧାର କରାଯାଇପାରିନାହିଁ । ଉଦ୍ଧାର ପାଇଁ ଅପରେସନ ଜିନ୍ଦଗୀ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ସ୍ଥାନୀୟ ସରକାର । ଏଥିପାଇଁ ଅଷ୍ଟ୍ରେଲିଆର ଜଣେ ମାଇକ୍ରୋ ଟନେଲ ବିଶେଷଜ୍ଞ ଉତରକାଶୀ ପହଂଚିସାରିଛନ୍ତି । ଯୋଜନା ଅନୁସାରେ ଟନେଲ ଉପରୁ କଟାଯାଇ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଟନେଲ ଭିତରୁ ଶ୍ରମିକଙ୍କୁ ଏୟାରଲିଫି୍ଟ କରିିବାକୁ ଯୋଜନା ରହିଛି । ପ୍ଲାନ୍-ବି ପାଇଁ ରେଲୱେ ଓ ନରୱେର ଏକ୍ସପର୍ଟ ଟିମ୍ ମଧ୍ୟ କାମ କରୁଥିବା ଜଣାଯାଇଛି ।