ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଜୀବନ ରକ୍ଷା କରିବ ପଂଚସୂତ୍ରୀ ଯୋଜନା । ୫ଟି ଭିନ୍ନ ଦିଗରୁ ୫ଟିମ୍ କରିବେ ଉଦ୍ଧାରକାର୍ଯ୍ୟ

124

କନକ ବ୍ୟୁରୋ : ଆଜିକୁ ଠିକ ୯ଦିନ । ୧୨ ନଭେମ୍ବର ଉତରାଖଣ୍ଡ ଉତରକାଶୀରେ ଭୁଷୁଡିପଡିଥିବା ନିର୍ମାଣଧୀନ ଟନେଲରେ ଚାଲିଛି ଶ୍ରମିକଙ୍କ ଉଦ୍ଧାରକାମ । ଗୋଟିଏ ସପ୍ତାହ ବିତିଯାଇଥିଲେ ବି ଉଦ୍ଧାରକାରୀ ଦଳଙ୍କୁ ମିଳିନି ସଫଳତା । ମିିଳିଥିବା ସୂଚନା ଅନୁସାରେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ନୂଆ ପ୍ଲାନ ଉପରେ ଫୋକସ କରାଯାଉଛି ।

୫ଟି ଭିନ୍ନ ଦିଗରୁ ହେବ ଉଦ୍ଧାରକାର୍ଯ୍ୟ
-୫ଟି ଭିନ୍ନ ଭିନ୍ନ ଦିଗରୁ ଉଦ୍ଧାରକାର୍ଯ୍ୟ କରିବାକୁ ନିଷ୍ପତ୍ତିନିଆଯାଇଛି
-୫ଟି ଦିଗରୁ ଯେଉଁ ଉଦ୍ଧାରକାମ କରିବେ ୫ ବିଶେଷଜ୍ଞ ଟିମ
-ଟନେଲର ସମ୍ମୁଖ, ପଛ, ଉପର, ବାମ ଓ ଡାହାଣ ପାଶ୍ୱର୍ରେ ଉଦ୍ଧାରକାମ କରାଯିବ
-ହାଇଡ୍ରୋଇଲେକ୍ଟ୍ରିକ ପାୱାର କମ୍ପାନୀ ଓ ଏଜଜେଭିଏନ ଟନେଲ ସମ୍ମୁଖ ପାଶ୍ୱର୍ରୁ ଉଦ୍ଧାରକାମ କରିବେ
-ସମ୍ମୁଖ ଭାଗରେ ସୁଡ଼ଙ୍ଗ ଉପରୁ ଭୂ-ଲମ୍ବ ଭାବେ ୧ମିଟର ବ୍ୟାସ ବିଶିଷ୍ଠ ୧୨୦ ମିଟର ଗାତ କରାଯିବ
-ଏହି ଗାତ ଦେଇ ଶ୍ରମିକଙ୍କୁ ଉଦ୍ଧାର କରାଯିବ
-ନବଯୁଗ ଇଂଜିନିୟରିଂ ୨ୟ ଫ୍ରଣ୍ଟରେ କାମ କରିବେ ।
-ଏହା ଧସିଯାଇଥିବା ମାଟି ପଥର ବାହାର କରିବ
-ତେହରି ହାଇଡ୍ରୋ ଡେଭଲପମେଂଟ କର୍ପୋରେସନ ତୃତୀୟ ପାଶ୍ୱର୍ରେ ଉଦ୍ଧାରକାମ କରିବେ
-ଟନେଲ ବିପରୀତ ବା ପଛ ପାଶ୍ୱର୍ରୁ ଉଦ୍ଧାରକାର୍ଯ୍ୟ କରିବେ
-ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ ୪ର୍ଥ ପାଶ୍ୱର୍ରେ ଉଦ୍ଧାରକାର୍ଯ୍ୟ କରିବେ
-ଏହା ସମାନ୍ତରଳ ଭାବେ ଡ୍ରିଲିଂ କରିବ
-ଏହି ଡ୍ରିଲିଂ ମାଧ୍ୟମରେ ପାଇପ ଭର୍ତ୍ତି କରାଯାଇ ଶ୍ରମିକଙ୍କୁ ଉଦ୍ଧାର କରାଯିବ
-ରେଳବିକାଶ ନିଗମ ଲିମିଟେଡକୁ ଅନ୍ୟ ଏକ ଦିଗରେ ଉଦ୍ଧାରକାର୍ଯ୍ୟ ଦାୟିତ୍ୱ ଦିଆଯାଇଛି

ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ସଚିବ ଅନୁରାଗ ଜୈନ କହିଛନ୍ତି ଯେ ୫ ଆକ୍ସନପ୍ଲାନ ଅନୁଯାୟୀ ଉଦ୍ଧାରକାମକୁ ଗୁରୁତ୍ୱ ଦିଆଯିବ ।

ଉଦ୍ଧାରକାର୍ଯ୍ୟ ପାଇଁ ଆହୁରି ୨ଦିନ ସମୟ ଲାଗିବାନେଇ ଅନୁମାନ କରାଯାଉଛି । ତେବେ ଶ୍ରମିକଙ୍କ ଜୀବନ ରକ୍ଷା ପାଇଁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଖାଦ୍ୟ,ପାଣି. ଔଷଧ ଓ ଅକ୍ସିଜେନ ପଠାଯାଉଛି । ସେପଟେ ଉଦ୍ଧାରକାର୍ଯ୍ୟରେ ବ୍ୟବହାର ପାଇଁ ବିଦେଶରୁ ଓ ରାଜ୍ୟବାହାରୁ ଆସୁଥିବା ସମସ୍ତ ମେସିନ ଆଣିବା ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ କରୁଛି ବିଆରଓ । ସୋମବାର ଅଷ୍ଟ୍ରେଲିଆର ଅର୍ନ୍ତଜାତୀୟ ଟନେଲ ଅଣ୍ଡରଗ୍ରାଉଣ୍ଡ ସ୍ପେଶ ମୁଖ୍ୟ-ଆର୍ଣ୍ଣୋଲଡ ଡିକ୍ସ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି ।

ସୋମବାର ସକାଳୁ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ସହ ଫୋନର କଥା ହୋଇ ସ୍ଥିତି ସମ୍ବନ୍ଧରେ ପଚାରିବୁଝିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେପଟେ ଶ୍ରମିକଙ୍କ ଉଦ୍ଧାର ହୋଇ କେବେ ଫେରିବେ ଚାତକ ପରି ଚାହିଁବସିଛନ୍ତି ପରିଜନ । ଟନେଲ ନିକଟରେ ଅସ୍ଥାୟୀ ମନ୍ଦିର ନିର୍ମାଣ କରାଯାଇ ଚାଲିଛି ପୂଜାର୍ଚ୍ଚନା । ଉଦ୍ଧାରକାର୍ଯ୍ୟ ବିଳମ୍ବକୁ ନେଇ ଶ୍ରମିକଙ୍କ ପରିବାର ଅସନ୍ତୋଷ ପ୍ରକାଶ କରୁଛନ୍ତି ।