କନକ ବ୍ୟୁରୋ: ଟନେଲ ଭିତରେ ଆହୁରି ବିଳମ୍ବ ହେବ ଉଦ୍ଧାର କାର୍ଯ୍ୟ । ଉତ୍ତରକାଶୀ ସୁଡଙ୍ଗରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆହୁରି ୧୨ରୁ ୧୪ ଘଣ୍ଟା ସମୟ ଲାଗିବ । ଗତକାଲିଠୁ ଯଦିଓ ଉଦ୍ଧାରକାର୍ଯ୍ୟ ଜୋରଦାର ହୋଇଛି କିନ୍ତୁ ଏବେ ଆହୁରି ସମୟ ଲାଗିବ ବୋଲି ପିଏମଓର ପୂର୍ବତନ ପରାମର୍ଶଦାତା ଭାସ୍କର ଖୁଲବେ କହିଛନ୍ତି ।

Advertisment

ସେପଟେ ଉଦ୍ଧାର କାର୍ଯ୍ୟ ନେଇ ଏନଡିଆରଏଫ ଡିଜି କହିଛନ୍ତି, ଡ୍ରିଲିଂ କାମ ଶେଷ ହେବାପରେ ଯଥାଶ୍ରୀଘ୍ର ତାଙ୍କୁ ବାହାରକୁ ଆଣିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୪୧ ଜୀବନ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳ ଜୋର ଲଗାଇ ଦେଇଛନ୍ତି । ମୋଟ ୫୭ ମିଟର ଡ୍ରିଲ କରିବାକୁ ଥିବା ବେଳେ ଏବେ ସୁଦ୍ଧା ୪୮ ମିଟରରୁ ଅଧିକ ଡ୍ରିଲ ହୋଇଥିବା ନେଇ ସୂଚନା ମଳିଛି । ଆଉ ମାତ୍ର ୧୨ ମିଟର ପଥର ଖଣ୍ଡ ଖୋଳିବା ପାଇଁ ପ୍ରୟାସ ଜାରି ରହିଛି ।

publive-image

ତେବେ ଦୀର୍ଘ ୧୨ ଦିନ ପରେ ବନ୍ଦ ସୁଡଙ୍ଗରୁ ବାହାରିବେ ୪୧ ଶ୍ରମିକ । ଅନ୍ଧାରର ସୁଡଙ୍ଗ ଭିତରୁ ବାହାରି ଦେଖିବେ ଦୁନିଆର ଆଲୋକ । ଆଉ ଏଥିପାଇଁ ସବୁ ପ୍ରସ୍ତୁତି ସରିଛି । ଶ୍ରମିକଙ୍କୁ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ୪୦ଟି ଆମ୍ବୁଲାନ୍ସ ମୁତୟନ ରହିଥିବା ବେଳେ ଗ୍ୟାସ୍ ମାସ୍କ, ଷ୍ଟ୍ରେଚର ଏବଂ ୧୫ ଜଣିଆ ଡାକ୍ତରୀ ଦଳ ଘଟଣା ସ୍ଥଳରେ ସଜାଗ ରହିଛନ୍ତି । ଗତକାଲି ରାତିରେ ଡ୍ରିଲିଂ ମେସିନର ବ୍ଲେଡ ଭାଙ୍ଗିଯବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଥିଲା ।