କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ କ୍ଷେତ୍ର ପ୍ରସ୍ତୁତ କରିବାରେ ଲାଗିଛି ବିଜେପି । ଏହି କ୍ରମରେ ଆଜି ଉତରାଖଣ୍ଡ ହରିଦ୍ୱାରର କଂଗ୍ରେସ ମହାମନ୍ତ୍ରୀ ଋଷି ପାଲ ବଲିୟାନ ଓ ପୂର୍ବତନ ମନ୍ତ୍ରୀ ମନୋହରଲାଲ ଶର୍ମା କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଉତରାଖଣ୍ଡ ବିଜେପି ଅଧ୍ୟକ୍ଷ ମହେନ୍ଦ୍ର ଭଟ୍ଟ ଓ ହରିଦ୍ୱାର ସାଂସଦ ରମେଶ ପୋଖରିଆଲ ନିଶଂକଙ୍କ ଉପସ୍ଥିତିରେ ଏହି ଦୁଇ କଂଗ୍ରେସ ନେତା ବିଜେପିରେ ସାମିଲ ହୋଇଛନ୍ତି । ଏନେଇ ମହେନ୍ଦ୍ର ଭଟ୍ଟ କହିଛନ୍ତି କି ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ଏବେ ଚତୁର୍ଥ ପର୍ଯ୍ୟାୟରେ ପହଂଚିଛି ।

Advertisment

ବିଜେପି ରାଜ୍ୟ ଅଧ୍ୟକ୍ଷ କହିଛନ୍ତି କି ଏବେ ଉତ୍ତରାଖଣ୍ଡରେ ବିଭିନ୍ନ ଦଳରୁ ନେତା ଓ କର୍ମୀମାନେ ଲଗାତର ଭାବେ ବିଜେପିରେ ଯୋଗ ଦେଉଛନ୍ତି । ଏଣୁ ଏଥିରୁ ସ୍ପଷ୍ଟ ବାରି ହେଉଛି କି ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଉପରେ ପୂରା ଭରସା କରିଛନ୍ତି । ସେପଟେ ପୂର୍ବତନ ମନ୍ତ୍ରୀ ତଥା ହରିଦ୍ୱାର ସାଂସଦ ରମେଶ ପୋଖରିଆଲ ନିଶଂକ ବିଜେପିରେ ସାମିଲ ହୋଇଥିବା କଂଗ୍ରେସ ନେତା ଓ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରମେଶ ପୋଖରିଆଲ ନିଶଂକ କହିଛନ୍ତି କି ଋଷିପାଲ ବଲିୟାନ ଓ ମନୋହର ଲାଲ ଶର୍ମା ବିଜେପିରେ ସାମିଲ ହେବା ପରେ ହରିଦ୍ୱାର ଲୋକସଭା କ୍ଷେତ୍ରରେ ବିଜେପିର ବୃହତ ବିଜୟ ହେବ । ଏହାସହ କିଛି ମୁସଲିମ ସଂପ୍ରଦାୟର ଲୋକ ମଧ୍ୟ ଆଜି ବିଜେପିରେ ସାମିଲ ହେବାକୁ ଆସି ଫେରିଯାଇଛନ୍ତି । ସେମାନେ କହିଛନ୍ତି କି ବିଜେପି ନେତା ତାଙ୍କୁ ଏଠାକୁ ଡାକି ତାଙ୍କ ସହ ପ୍ରତାରଣା କରିଛନ୍ତି । ସେମାନେ କହିଛନ୍ତି କି ମୁଖ୍ୟମନ୍ତ୍ରୀଙ୍କ ପାଖରେ ନିଜର ସମସ୍ୟା କହିବାର ସୁଯୋଗ ଦେବାକୁ ଡାକି ଦଳରେ ସାମିଲ କରିବାକୁ ବିଜେପି ନେତାମାନେ ଚେଷ୍ଟା କରୁଛନ୍ତି ।