ଆଉ ମାତ୍ର ଅଳ୍ପ ସମୟ… ଶେଷ ପର୍ଯ୍ୟାୟରେ ଉଦ୍ଧାର କାମ । ବାକି ରହିଛି ୧୨ ମିଟର ଖନନ ।

197

କନକ ବ୍ୟୁରୋ: ଦିନ ଯେତେ ଯେତେ ଫର୍ଚ୍ଚା ହେଉଛି, ଉଦ୍ଧାରର ଆଶା ସେତେସେତେ ଉଜ୍ଜୀବିତ ହେଉଛି । ବୋଧହୁଏ ଭାରତର ଇତିହାସରେ ଏ ଟନେଲ ଟ୍ରାଜେଡି ସବୁଦିନ ମନେରହିବ । ଯେଉଁଠି ଶ୍ରମିକଙ୍କ ଉଦ୍ଧାର ପାଇଁ ରାତିଦିନ ଏକ କରିଦେଇଛନ୍ତି ଉଦ୍ଧାରକାରୀ ଦଳ । ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଜୋରଦାର ଚାଲିଥିବା ବେଳେ ଆସିଛି ଭଲ ଖବର । ଶେଷ ପର୍ଯ୍ୟାୟରେ ସିଲକ୍ୟାରା ଟନେଲ ଉଦ୍ଧାର କାମ । ଆଉ ବାକି ରହିଛି ୧୨ ମିଟର ଖନନ । ଖୋଳିବା ସରିବା ପରେ ଆଉ ଅଳ୍ପ ସମୟ ମଧ୍ୟରେ ହେବ ଶ୍ରମିକଙ୍କ ଉଦ୍ଧାର ।

ତେବେ ଟନେଲ ଭିତରେ ଉଦ୍ଧାର କାମ ଜୋରଦାର ଚାଲିଥିବା ବେଳେ ଏପଟେ ଟନେଲ ବାହାରେ ପ୍ରସ୍ତୁତ ହୋଇ ରହିଛି ମାଳମାଳ ଆମ୍ବୁଲାନ୍ସ ଏବଂ ଡାକ୍ତରୀ ଟିମ୍ । ଶ୍ରମିକଙ୍କ ପାଇଁ ହୋଇଛି ଗ୍ରୀନ୍ କରିଡର ବ୍ୟବସ୍ଥା । ଏଥିସହ ଆବଶ୍ୟକ ସ୍ଥଳେ ଯଦି କୌଣସି ଶ୍ରମିକ ଅଧିକ ଗୁରୁତର ଥିବେ ତେବେ ସେମାନଙ୍କୁ ଏୟାରଲିଫ୍ଟ କରିବା ପାଇଁ ମଧ୍ୟ ଯୋଜନା ହୋଇଛି । ଟନେଲରେ ଫଶିଥିବା ୪୧ ଶ୍ରମିକଙ୍କ ମଧ୍ୟରୁ ଓଡିଶାର ୫ ଜଣ ଶ୍ରମିକ ଅଛନ୍ତି । ଯେଉଁମାନଙ୍କ ଆସିବା ବାଟକୁ ତାଙ୍କ ଘର ଲୋକେ ଚାହିଁ ରହିଛନ୍ତି ।