କନକ ବ୍ୟୁରୋ: ଉତ୍ତରାଖଣ୍ଡର ଚମୋଲିରେ ରବିବାର ହିମସ୍ଖଳନ ଫଳରେ ବଡ ଦୁର୍ଘଟଣା ଘଟିଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଏବେ ବି ଗାଏବ୍ ଅଛନ୍ତି । ସୂଚନା ମୁତାବକ ଏବେ ବି ପ୍ରାୟ ୨ ଶହ ପାଖାପାଖି ଲୋକଙ୍କ ପତ୍ତା ମିଳିପାରିନାହିଁ ।
ଉତ୍ତରାଖଣ୍ଡରେ ଏବେ ବି ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୁରକ୍ଷା ବାହିନୀ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛି । ତେବେ ତପୋବନ ପାୱାର ପ୍ରୋଜେକ୍ଟ ଏହାଦ୍ୱାରା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳୁଛି । ଏବେ ୬ ଶହରୁ ଅଧିକ ସେନା, ଆଇଟିବିପି, ଏନଡିଆର୍ଏଫ୍, ଏସଡିଆର୍ଏଫ୍ ଯବାନ ସେଠାରେ ନିୟୋଜିତ ଥିବାବେଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/Uttarakhand-rescue-1.jpg)