କନକ ବ୍ୟୁରୋ : ଉତ୍ତରାଖଣ୍ଡର ଅଲକାନନ୍ଦା ନଦୀର ନୀତ ଘାଟରେ ଅଙ୍କିତା ଭଣ୍ଡାରୀଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଛି । ପରିବାର ଲୋକ ଅଙ୍କିତାର ଶେଷକୃତ୍ୟ କରିବାକୁ ରାଜି ହେବା ପରେ ଶ୍ରୀନଗର ଘରୱାଲ ସ୍ଥିତ ଅଲକାନନ୍ଦା ନଦୀ କୂଳକୁ ନିଆଯାଇଥିଲା । ପରିବାର ଲୋକ, ଶହ ଶହ ଲୋକଙ୍କ ଉପସ୍ଥିତିରେ ଅଲକାନନ୍ଦାଙ୍କୁ ଶେଷ ବିଦାୟ ଦିଆଯାଇଛି । ଉତ୍ୟକ୍ତ ଲୋକଙ୍କ ଭିଡକୁ ଦେଖି ସେଠାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।

Advertisment

ଏକ ରିସୋର୍ଟର ରିସପନିଷ୍ଟ ଭାବେ କାମ କରୁଥିବା ୧୯ ବର୍ଷୀୟ ଅଙ୍କିତ ଭଣ୍ଡାରୀଙ୍କ ହତ୍ୟା ମାମଲାକୁ ନେଇ ଦୋହଲି ଯାଇଛି ଉତ୍ତରାଖଣ୍ଡ । ଗତକାଲି ପରିବାର ଲୋକେ ପ୍ରଥମେ ଅନ୍ତିମ ସଂସ୍କାର କରିବାକୁ ରାଜି ହୋଇନଥିଲେ । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ନ ଆସିବା ଯାଏଁ ଅନ୍ତିମ ସଂସ୍କାର କରିବେ ନାହିଁ ବୋଲି ଅଡି ବସିଥିଲେ ପରିବାର । ଅଙ୍କିତାଙ୍କୁ ହତ୍ୟାକାରୀ ବିଜେପି ନେତାଙ୍କ ପୁଅ ହୋଇଥିବାରୁ ପୁଲିସ ଅଭିଯୁକ୍ତଙ୍କ ସପକ୍ଷରେ ଥିବା ଅଭିଯୋଗ ଆଣିଥିଲେ ପରିବାର । ଏପରିକି ପ୍ରମାଣ ନଷ୍ଟ ପାଇଁ ରିସୋର୍ଟକୁ ପ୍ରଶାସନ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଶ୍ରୀନଗର ମେଡିକାଲ କଲେଜ ଆଗରେ ଉତ୍ୟକ୍ତ ଲୋକଙ୍କ ଭିଡ ଜମିଥିଲା ।

ଯେଉଁଠି ଅଙ୍କିତା ଭଣ୍ଡାରୀଙ୍କ ପାର୍ଥିବ ଶରୀର ରହିଥିଲା । ଉତ୍ୟକ୍ତ ଜନତା ବଦ୍ରିନାଥ-ରୁଷିକେଶକୁ ସଂଯୋଗ କରୁଥିବା ୫୮ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ହତ୍ୟାକାରୀଙ୍କୁ ଫାଶି ଦେବାକୁ ଦାବି କରିଥିଲେ । ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ବୁଝା ସୁଝା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଥିବା ଓ ମାମଲାର ଶୁଣାଣି ଫାଷ୍ଟଟ୍ରାକ କୋର୍ଟରେ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିବାର ଲୋକେ ଶେଷକୃତ୍ୟ କରିବାକୁ ରାଜି ହୋଇଥିଲେ ।