୬ ମାସ ପରେ ଖୋଲିଲା ବାବା କେଦାରନାଥ ମନ୍ଦିରର ପହଡ଼ ! ଦର୍ଶନ ପାଇଁ ଭକ୍ତଙ୍କ ନାହିନଥିବା ଭିଡ଼,କାଲି ଖୋଲିବ ବାବା ବଦ୍ରିନାଥଙ୍କ ପହଡ଼ ।

192

ସମ୍ପୁର୍ଣ୍ଣ ବିଧିବିଧାନ ସହ ଆଜି ପ୍ରାତଃରୁ ପଣ୍ଡିତଙ୍କ ମନ୍ତ୍ରୋଚ୍ଚାରଣ ସହ ଉତ୍ତରାଖଣ୍ଡର କେଦାରନାଥ ମନ୍ଦିରର ପହଡ଼ ଆଜି ସକାଳୁ ଖୋଲାଯାଇଛି । ଏହି ସମୟରେ ଉଖୀମଠରୁ ଅଣାଯାଇଥିବା ଭଗବାନ କେଦାରନାଥଙ୍କ ଗାଦିକୁ ଦ୍ୱିତୀୟ ଥର ପାଇଁ ମୁଖ୍ୟ ମନ୍ଦିରରେ ସ୍ଥାପନା କରାଗଲା । ଆପଣଙ୍କୁ କହିରଖୁଛୁ ଏହା ପରେ ଆଗାମୀ ୬ ମାସ ପରେ ମହାଦେବଙ୍କ ପୂଜାର୍ଚ୍ଚନା ଚାଲୁରହିବ । ଏହି ସମୟରେ ମନ୍ଦିରର ପରିସରକୁ ପୁଷ୍ପ ଏବଂ ଆଲୋକରେ ସଜା ଯାଇଥିଲା । ବର୍ତ୍ତମାନ ବି କେଦାରନାଥ ମନ୍ଦିରର ଚାରିପଟେ ବରଫର ମୋଟା ଚାଦର ରହିଅଛି ଏବଂ ତାପମାତ୍ରା ସମ୍ପୁର୍ଣ୍ଣ ଭାବେ ଥଣ୍ଡା ହୋଇରହିଛି । କିିନ୍ତୁ ଶ୍ରଦ୍ଧାଳୁଙ୍କ ଆସ୍ଥା ଏବଂ ଭକ୍ତି ବରଫକୁ ମଧ୍ୟ ତରଳାଇ ଦେଇଛି ।

ଗଙ୍ଗୋତ୍ରୀ,ଯମୁନେତ୍ରୀର ମଧ୍ୟ ଖୋଲିଲା କବାଟ :
ଉତ୍ତରାଖଣ୍ଡର ଉଚ୍ଚତମ ହିମାଳୟ କ୍ଷେତ୍ରରେ ସ୍ଥିିତ ବିଶ୍ୱ ପ୍ରସିଦ୍ଧ ଗଙ୍ଗୋତ୍ରୀ ଏବଂ ,ଯମୁନେତ୍ରୀ ଧାମର କବାଟ ମଙ୍ଗଳବାର ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ଭକ୍ତଙ୍କ ପାଇଁ ଖୋଲି ଦିଆଯାଇଥିଲା ।

ଚାରିଧାମ ଯାତ୍ରା ଆରମ୍ଭ : ହିମାଳୟରେ ଚାରିଧାମ ନାଁରେ ପ୍ରସିଦ୍ଧ ଅନ୍ୟ ଦୁଇ ଧାମ , କେଦାରନାଥ ମନ୍ଦିରର ପହଡ଼ ୯ ମେ କୁ ଖୋଲାଯାଇଥିବା ବେଳେ ବାବା ବଦ୍ରିନାଥ ମନ୍ଦିରର ପହଡ ୧୦ ମେ କୁ ଖୋଲାଯିବ ।