“ମୋ ଝିଅର ଯତ୍ନ ନେବ”...କେଦାରନାଥ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପାଇଲଟଙ୍କ ଶେଷ ଇଚ୍ଛା । ପତ୍ନୀଙ୍କୁ କହିଥିଲେ ଏମିତି କିଛି କଥା...

“ମୋ ଝିଅର ଯତ୍ନ ନେବ”...କେଦାରନାଥ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପାଇଲଟଙ୍କ ଶେଷ ଇଚ୍ଛା । ପତ୍ନୀଙ୍କୁ କହିଥିଲେ ଏମିତି କିଛି କଥା...

କନକ ବ୍ୟୁରୋ: ଖରାପ ପାଣିପାଗ କାରଣରୁ ମଙ୍ଗଳବାର ଉତ୍ତରାଖଣ୍ଡରେ ଏକ ହେଲିକପ୍ଟର କ୍ରାସ୍ କରିଯାଇଥିଲା । ଏହି ଦୁର୍ଘଟଣାରେ ପାଇଲଟ୍ ଅନୀଲ ସିଂହଙ୍କ ସମେତ ୭ ଜଣ ଲୋକ ଆଖି ବୁଜିଥିଲେ । ତେବେ ହେଲିକପ୍ଟରଟି କେଦାରନାଥ ମନ୍ଦିରରୁ ଯାତ୍ରୀଙ୍କୁ ନେଇ ଗୁପ୍ତକାଶୀ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ସମସ୍ତ ଯାତ୍ରୀ ପ୍ରାଣ ହରାଇଥିଲେ । ତେବେ ଏହି ଘଟଣାରେ ଏବେ ପାଇଲଟ ଅନୀଲ ସିଂହଙ୍କ ତାଙ୍କ ପତ୍ନୀଙ୍କ ସହ ହୋଇଥିବା ଶେଷ କଥାବାର୍ତ୍ତା ସାମ୍ନାକୁ ଆସିଛି ।

ନିଜ ପତ୍ନୀଙ୍କ ସହ ଶେଷ ଥର ପାଇଁ କଥାବାର୍ତ୍ତା ହେବା ସମୟରେ ପାଇଲଟ ଅନୀଲ ସିଂହଙ୍କୁ ତାଙ୍କ ପତ୍ନୀ ଝିଅର ଦେହ ଖରାପ ଥିବା ନେଇ ସୂଚନା ଦେଇଥିଲେ । ଆଉ ଅନୀଲ ମଧ୍ୟ ଝିଅର ଧ୍ୟାନ ରଖିବାକୁ ତାଙ୍କ ପତ୍ନୀଙ୍କୁ କହିଥିଲେ । ତେବେ ୫୭ ବର୍ଷୀୟ ଅନୀଲ ଦୀର୍ଘ ଦିନ ଧରି ମୁମ୍ବାଇର ଅନେ୍ଧରୀ ଅଞ୍ଚଳରେ ରହୁଥିଲେ । ତାଙ୍କ ପତ୍ନୀ ଶିରୀନ ଅନିନ୍ଦିତା ଓ ଝିଅ ଫିରୋଜା ସିଂହ ସହ ସେ ସେଠାରେ ରହୁଥିଲେ । ତାଙ୍କ ପତ୍ନୀ ଜଣେ ଫିଲ୍ମ ଲେଖିକା ହୋଇଥିବାବେଳେ, କିଛି ଦିନ ଧରି ଅନୀଲଙ୍କ ଝିଅର ଦେହ ଠିକ୍ ନଥିବା ସୂଚନା ମିଳିଛି ।

ଅନ୍ୟପଟେ ମିଳିଥିବା ସୂଚନା ମୁତାବକ, ଅନୀଲ ସିଂହଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀରେ ହେବ । ଏଥିପାଇଁ ତାଙ୍କ ପତ୍ନୀ ଓ ଝିଅ ମୁମ୍ବାଇରୁ ଦିଲ୍ଲୀ ଯିବେ । ତେବେ ଅନୀଲଙ୍କ ଏପରି ଅଚାନକ ଦେହାନ୍ତ ଓ ଏହି ଦୁର୍ଘଟଣା ନେଇ କୌଣସି ଅଭିଯୋଗ କରିନାହାଁନ୍ତି ତାଙ୍କ ପତ୍ନୀ । ତାଙ୍କ କହିବା ମୁତାବକ ଉତ୍ତରାଖଣ୍ଡରେ ଏପରି ଖରାପ ପାଣିପାଗ ଦେଖିବାକୁ ମିଳିଥାଏ ।

ଗତକାଲି ଏକ ହେଲିକପ୍ଟର କେଦାରନାଥରୁ ଗୁପ୍ତକାଶୀ ଅଭିମୁଖେ ଉଡାଣ ଭରିଥିଲା । ହେଲେ ଖରାପ ପାଣିପାଗ କାରଣରୁ ହେଲିକପ୍ଟରଟି କ୍ରାସ୍ କରିଯାଇଥିଲା । ହେଲିକପ୍ଟରରେ ଥିବା ୭ ଜଣ ଲୋକ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଯେଉଁଥିରେ ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶୋକପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe