ଉତ୍କଳ ଗୌରବ ମଧୁବାବୁଙ୍କ ଜନ୍ମପୀଠକୁ ମିଳୁ ମାନ୍ୟତା। ମରୋଣତ୍ତର ଭାରତରତ୍ନ ପ୍ରଦାନ ଦାବି।

90

କନକ ବ୍ୟୁରୋ: ଜୟନ୍ତୀରେ ମନେପଡନ୍ତି ଉତ୍କଳ ଗୌରବ ମଧୁୁସୂଦନ ଦାସ । ୧୭୫ତମ ଜୟନ୍ତୀ ଅବସରରେ ଚଳଚଞ୍ଚଳ ନବଉକ୍ରଳର ନିର୍ମାତା କୂଳବୃଦ୍ଧ ମଧୁସୂଦନ ଦାସଙ୍କ ଜନ୍ମପୀଠ । ସାଲେପୁର ସତ୍ୟଭାମାପୁରରେ ମଧୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଛନ୍ତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ଏହାସହ ମଧୁବାବୁଙ୍କ ଏନ୍ତୁଡିଶାଳ, ଢିଙ୍କିଶାଳ, ରସପୋଖରୀ, ଅତିଥିଭବନ ଓ ଲାଇବ୍ରେରୀ ବୁଲି ଦେଖିଛନ୍ତି ।

ବହୁ ଦାବି ପରେ ମଧୁବାବୁଙ୍କ ଜନ୍ମପୀଠକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ମାନ୍ୟତା ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁଙ୍କ ଜନ୍ମପୀଠରେ ସଂଗ୍ରହାଳୟ ନିର୍ମାଣ କରାଯାଇଛି । ଉକ୍ରଳଗୌରବଙ୍କ ସ୍ମୃତି ବହନ କରୁଥିବା ନିତ୍ୟବ୍ୟବହାଯ୍ୟ ସାମଗ୍ରୀ, ମଧୁବାବୁଙ୍କ ହସ୍ତଲେଖା ଓ ତୈଳଚିତ୍ରକୁ ସ୍ଥାନିତ କରିବାର ବ୍ୟବସ୍ଥା କରାଯାଇଛି । ହେଲେ ମଧୁବାବୁଙ୍କୁ ଯେଉଁଭଳି ଭାବେ ସମ୍ମାନ ମିଳିବା କଥା ସେଭଳି ମିଳିନାହିଁ ବୋଲି କ୍ଷୋଭପ୍ରକାଶ କରିଛନ୍ତି ସ୍ଥାନୀୟ ଜନତା ।

ମଧୁବାବୁଙ୍କ ଜନ୍ମମାଟି ସତ୍ୟଭାମାପୁରକୁ ରାଷ୍ଟ୍ରୀୟ ସ୍ମାରକୀ ପୀଠ ଘୋଷଣା କରିବା ସହ ମଧୁବାବୁଙ୍କୁ ମରୋଣତ୍ତର ଭାରତରତ୍ନ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଦାବି କରନ୍ତୁ ବୋଲି ବିଭିନ୍ନ ମହଲରୁ ଦାବି କରାଯାଉଛି ।