ସରକାରଙ୍କ ଉପରେ ପଡିଲା ଛପାକ ପ୍ରଭାବ । ଏସିଡ୍ ପୀଡିତାଙ୍କୁ ପେନସେନ ଦେବେ ଉତ୍ତରାଖଣ୍ଡ ସରକାର ।

Advertisment
ସରକାରଙ୍କ ଉପରେ ପଡିଲା ଛପାକ ପ୍ରଭାବ । ଏସିଡ୍ ପୀଡିତାଙ୍କୁ ପେନସେନ ଦେବେ ଉତ୍ତରାଖଣ୍ଡ ସରକାର ।

ବିବାଦରେ ଛନ୍ଦି ହୋଇ ପଡ଼ିଥିବା ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଛପାକ୍’ ଦେଖି ବେଶ୍ ପ୍ରଭାବିତ ହୋଇଛନ୍ତି ଉତ୍ତରାଖଣ୍ଡ ସରକାର। ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରେଖା ଆର୍ଯ୍ୟା ଖୁବ୍ ଶୀଘ୍ର ରାଜ୍ୟରେ ଏସିଡ୍ ପୀଡ଼ିତାଙ୍କୁ ପେନସନ୍ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ତାଙ୍କ କହିବା ମୁତାବକ, ଏଭଳି ଏକ ଯୋଜନା ଆଣି ଆମେ ଏସିଡ୍ ପୀଡ଼ିତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛୁ, ଯାହାଦ୍ୱାରା ସେମାନେ ସମାଜରେ ସମ୍ମାନର ସହ ବଞ୍ଚି ପାରିବେ। ଏହି ନୂଆ ଯୋଜନା ଦ୍ୱାରା ଏସିଡ୍ ପୀଡ଼ିତା‌ଙ୍କୁ ପ୍ରତି ମାସରେ ୭-୧୦ହଜାର ଟଙ୍କା ଦିଆଯିବ। ବର୍ତ୍ତମାନ ଉତ୍ତରାଖଣ୍ଡରେ ଏସିଡ୍ ପୀଡ଼ିତାଙ୍କ ସଂଖ୍ୟା ୧୦ଥିବା ବେଳେ ସେମାନେ ହରିଦ୍ୱାର, ନୈନିତାଲ ଓ ଉଦ୍ଧମ ସିଂହ ନଗରରେ ରହୁଛନ୍ତି।

ଫିଲ୍ମକୁ ନେଇ ହେଉଥିବା ବିରୋଧ ଉପରେ ନିଜର ପ୍ରତିକ୍ରିୟା ରଖି ରେଖା ଆର୍ଯ୍ୟା କହିଥିଲେ କି, ଫିଲ୍ମଟି ଜଣଙ୍କର ବାସ୍ତବ ସଂଘର୍ଷକୁ ନେଇ ତିଆରି ହୋଇଛି। ଯଦି ସେ କୌଣସି କଥାକୁ ନେଇ ବିରୋଧ କରୁ ନାହାନ୍ତି, ତେବେ ଲୋକଙ୍କୁ ମଧ୍ୟ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରିବା ବନ୍ଦ କରିଦେବା ଦରକାର।

ସୂଚନା ମୁତାବକ, ଜାନୁଆରୀ ୧୦ରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଛପାକ୍’। ଏହି ଫିଲ୍ମର ରିଲିଜ୍ ପୂର୍ବରୁ ଦୀପିକା ଜେଏନୟୁ ଯାଇ ଧାରଣାରେ ବସିଥିବା ଛାତ୍ର-ଛାତ୍ରୀଙ୍କୁ ସମର୍ଥନ କରିଥିଲେ। ଦେଶକୁ ଭାଙ୍ଗିବାକୁ ଚାହୁଁଥିବା ପିଲାମାନଙ୍କୁ ଦୀପିକା କାହିଁକି ସମର୍ଥନ କଲେ ବୋଲି ବିରୋଧ କରି କିଛି ଲୋକେ ତାଙ୍କ ଫିଲ୍ମକୁ ବଏକଟ କରିଥିଲେ। ଏମିତି କି ପୂର୍ବରୁ କାଟିଥିବା ଟିକେଟକୁ ମଧ୍ୟ ରଦ୍ଦ କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe