କନକ ବ୍ୟୁରୋ : ଆଜି ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଦୁଇ ଦିନ ପୂର୍ବେ ନୂଆଦିଲ୍ଲୀରେ ମୌର୍ଯ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ସେ ଇସ୍ତଫା ଦେବା ପରେ ଅନୁମାନ କରାଯାଉଛି ଯେ ତାଙ୍କୁ ଉତ୍ତରପ୍ରଦେଶରେ ବିଜେପି ପକ୍ଷରୁ କିଛି ବଡ଼ ଦାୟିତ୍ୱ ଦିଆଯାଇପାରେ କିମ୍ବା ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସେ ଲଢ଼ିପାରନ୍ତି । ରାଜ୍ୟପାଳଙ୍କ ସଚିବ ବ୍ରିଜେଶ କୁମାର ସନ୍ଥ କହିଛନ୍ତି ଯେ ମୌର୍ଯ୍ୟ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଛନ୍ତି, ଯାହା ଗ୍ରହଣ କରାଯାଇ ନାହିଁ।
୧୯୫୬ ମସିହାରେ ଜନ୍ମ ହୋଇଥିବା ବେବି ରାନୀ ମୌର୍ଯ୍ୟ, କୃଷ୍ଣକାନ୍ତ ପାଲଙ୍କ ସ୍ଥାନରେ ଅଗଷ୍ଟ ୨୦୧୮ ରେ ଉତ୍ତରାଖଣ୍ଡର ରାଜ୍ୟପାଳ ହୋଇଥିଲେ। ରାଜ୍ୟପାଳ ହେବା ପୂର୍ବରୁ ସେ ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଆଗ୍ରାର ମେୟର ମଧ୍ୟ ଥିଲେ। ମୌର୍ଯ୍ୟ ଉତ୍ତରାଖଣ୍ଡର ଦ୍ୱିତୀୟ ମହିଳା ରାଜ୍ୟପାଳ ଥିଲେ।
ତାଙ୍କ ପୂର୍ବରୁ, ମାର୍ଗେରେଟ ଅଲଭା ଅଗଷ୍ଟ ୨୦୦୯ ରୁ ମେ ୨୦୧୨ ପର୍ୟ୍ୟନ୍ତ ଉତ୍ତରାଖଣ୍ଡର ରାଜ୍ୟପାଳ ଥିଲେ। ମୌର୍ଯ୍ୟଙ୍କ ଇସ୍ତଫା ପରେ ଏବେ ଉତ୍ତରାଖଣ୍ଡର ପରବର୍ତ୍ତୀ ରାଜ୍ୟପାଳ କିଏ ହେବେ ସେନେଇ ଆଲୋଚନା ଆରମ୍ଭ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/61386ba0e7326.jpg)