ଦୀପିକା ପାଦୁକୋନଙ୍କ ଫିଲ୍ମ ଛପାକ୍ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଆସୁଛି । ଏହାରି ମଧ୍ୟରେ ଏସିଡ୍ ଆକ୍ରମଣର ଶିକାର ପୀଡିତାଙ୍କ ସମ୍ବେଦନଶୀଳ କାହାଣୀ ଦର୍ଶକଙ୍କ ସାମ୍ନାକୁ ଆସିଛି। ଜେଏନୟୁ ହିଂସା ବିରୋଧରେ ଛାତ୍ରଙ୍କୁ ସମର୍ଥନ କରି ଦୀପିକା ବିବାଦ ଘେରକୁ ଆସିଥିଲେ । ଏହା ପରେ ଫିଲ୍ମକୁ ବୟକଟ କରିବା ପାଇଁ ସୋସିଆଲ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ ହୋଇଥିଲା । ତେବେ ଛପାକ୍ ଉତ୍ତରାଖଣ୍ଡ ସରକାରଙ୍କୁ ପ୍ରଭାବିତ କରିଛି । ସରକାର ରାଜ୍ୟରେ ଥିବା ଏସିଡ୍ ପୀଡିତାଙ୍କୁ ପେନସନ୍ ଦେବାକୁ ମନସ୍ଥ କରିଛନ୍ତି । ଏନେଇ ସରକାର ପେନସନ୍ ସ୍କିମ ଘୋଷଣା କରିଛନ୍ତି ।
ସେଠାକାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରେଖା ଆର୍ଯ୍ୟା ଏହି ଯୋଜନାକୁ ଘୋଷଣା କରିଛନ୍ତି । ଯେଉଁ ମହିଳାମାନେ ଏସିଡ୍ ଆକ୍ରମଣର ଶିକାର ହୋଇ ଜୀବନ କାଟୁଛନ୍ତି ସେମାନଙ୍କୁ ୫-୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଫଳରେ ସେମାନେ ଏକ ସୁସ୍ଥ ଜୀବନ କାଟିପାରିବେ । ୨୦୦୫ ମସିହାରେ ୧୫ ବର୍ଷିୟ ଲକ୍ଷ୍ମୀ ଅଗ୍ରୱାଲ ନାମ୍ନୀ ଯୁବତୀଙ୍କ ଉପରେ ହୋଇଥିଲା ଏସିଡ୍ ଆକ୍ରମଣ । ଏହା ପରେ ଲକ୍ଷ୍ମୀଙ୍କ ସହ ଘଟି ଯାଇଥିବା ପ୍ରତ୍ୟକ ଘଟଣାକୁ ନେଇ ଛପାକ ନିର୍ମାଣ କରାଯାଇଛି । ଏହି ସିନେମାରେ ଦୀପିକା ପାଦୁକୋନ ମାଲତି ଅଗ୍ରୱାଲ ନାମ୍ନୀ ଏସିଡ ଆକ୍ରମଣର ଶିକାର ହୋଇଥିବା ଯୁବତୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଏସିଡ୍ ପୀଡିତାଙ୍କ ଏକ ସତ୍ୟ କାହାଣୀକୁ ଆଧାର କରି ଏହି ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ଏସିଡ ଆକ୍ରମଣରେ ଶିକାର ହୋଇଥିବା ଝିଅଟିଏ କିଭଳି ସମାଜରେ ଏସିଡ ବିକ୍ରି ବିରୋଧରେ ସ୍ୱର ଉତ୍ତୋଳନ କରି ବିଜୟୀ ହେଉଛି , ତାହାକୁ ନେଇ ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ର ।
ଫିଲ୍ମଟି ସିନେମା ଘରରେ ଖୁବ୍ ଜୋରସୋରରେ ଆଗେଇ ଚାଲିଛି । ୩୦ କୋଟିରେ ନିର୍ମିତ ଏହି ଫିଲ୍ମ ଦୁଇ ଦିନ ମଧ୍ୟରେ ୧୨ କୋଟି ଟଙ୍କା ଆୟ କରିସାରିଲାଣି । ଏହାରି ମଧ୍ୟରେ ଅଜୟ ଦେବଗନଙ୍କ ଫିଲ୍ମ ତାନାଜି ମଧ୍ୟ ରିଲିଜ ହୋଇଛି । ଅଜୟ ଦେବଗନ, ସୈଫ ଅଲ୍ଲୀ ଖାନ ଓ କାଜଲଙ୍କ ଅଭିନୀତ ଏହି ଫିଲ୍ମ ମଧ୍ୟ ସିନେମା ଘରରେ ଭଲ ଆୟ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/India-acid-attacks-MAin.jpg)
/kanak/media/post_attachments/wp-content/uploads/2020/01/deepika-300x180.png)
/kanak/media/post_attachments/wp-content/uploads/2020/01/336780-rekha-arya-300x169.jpg)
/kanak/media/post_attachments/wp-content/uploads/2020/01/72508865-300x225.jpg)