କନକ ବ୍ୟୁରୋ : ଉତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ତ୍ରିବେନ୍ଦ୍ର ସିଂ ରାୱତ । ରାୱତଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳରେ ୯ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ରାଜନାଥ ସିଂ,ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସାମିଲ ହୋଇଛନ୍ତି ।
ଉତରାଖଣ୍ଡର ରାଜଧାନୀର ଡେରାଡୁନରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା । ଗତକାଲି ବିଧାୟକ ଦଳ ବୈଠକରେ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ନେତା ଭାବରେ ବଛାଯାଇଥିଲା । ୭୦ ଆସନ ବିଷିଷ୍ଟ ବିଧାନସଭାରେ ୫୭ଟି ଆସନ ଦଖଲ କରିଛି ବିଜେପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/rawat-.jpg)