କନକ ବ୍ୟୁରୋ: ଋଷିଗଙ୍ଗା ନଦୀର ଉପରମୁଣ୍ଡରେ ରହିଥିବା ଚାମୋଲି ଜିଲ୍ଲାର ତପୋବନ ଅଞ୍ଚଳରେ ନନ୍ଦା ଦେବୀ ଗ୍ଲାସିୟରର ଗୋଟିଏ ଅଂଶ ଭୁଶୁଡ଼ି ପଡ଼ିବାରୁ (ହିମସ୍ଖଳନ) ୧୭୦ରୁ ଅଧିକ ଲୋକ ଭାସି ଯାଇଥିବାର ଆଶଙ୍କା କରାଯାଉଛି। ବର୍ତମାନ ସୁଦ୍ଧା ୧୪ ଜଣଙ୍କର ଶବ ଉଦ୍ଧାର କରାଯାଇଥିବା ବେଳେ ଋଷିଗଙ୍ଗା ନଦୀରେ ନିର୍ମାଣାଧୀନ ଏକ ବିଦ୍ୟୁତ୍ ପ୍ରକଳ୍ପ ଭାସିଯାଇଥିବାରୁ ଏଥିରେ ୨୦୨ଜଣ ଶ୍ରମିକ ମଧ୍ୟ ଭାସିଯାଇଥିବା ଅନୁମାନ କରାଯାଇଛି।
ତେବେ ଚମୋଲିର ତପୋବନ ନିକଟ ଏକ ଟନେଲରେ ଫସି ରହିଥିବା ୧୬ ଜଣ ଲୋକଙ୍କୁ ଆଇଟିବିପି ଯବାନମାନେ ଉଦ୍ଧାର କରିଥିଲେ। ସେହିପରି ଅନ୍ୟ ନିଖୋଜମାନଙ୍କୁ ଉଦ୍ଧାର କରିବା ଲାଗି ଆଇଟିବିପିର ୨୫୦ ଯବାନଙ୍କ ସମେତ ଭାରତୀୟ ବାୟୁସେନାର ତିନିଟି ହେଲିକପ୍ଟର ନିୟୋଜିତ ଅଛନ୍ତି। ଏନଡିଆରଏଫ୍ ଦଳ ସହ ରାଜ୍ୟ ପୁଲିସ ଓ ରାଜ୍ୟ ଦୁର୍ବିପାକ ପରିଚାଳନା ବଳର ସଦସ୍ୟମାନେ ମଧ୍ୟ ଉପକୂଳବାସୀମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ଉତ୍ତରାଖଣ୍ଡର ରାଇନି ଗ୍ରାମରେ ବସବାସ କରୁଥିବା ୫୦ବର୍ଷୀୟ ଧରମ ସିଂହ କହନ୍ତି, ପ୍ରତ୍ୟେକ ଦିନ ଭଳି ରବିବାର ସକାଳେ ସବୁ କିଛି ସ୍ୱାଭାବିକ ଥିଲା। କିନ୍ତୁ ପ୍ରାୟ ୧୦ ଟା ବେଳେ ଆମେ ଏକ ଉଚ୍ଚ ଶବ୍ଦ ଶୁଣିବାକୁ ପାଇଥିଲୁ। ସେହି ସମୟରେ ଋଷିଗଙ୍ଗା ନଦୀର ଜଳ ଏବଂ କାଦୁଅ ଆମ ଆଡକୁ ମାଡ଼ି ଆସୁଥିଲା। କ’ଣ ହେଉଛି ତାହା ଆମେ ବୁଝିବା ପୂର୍ବରୁ ସବୁକିଛି ନଦୀରେ ଭାସି ଯାଇଥିଲା।
ରାଇନି ଗାଁର ଜଣେ ବ୍ୟକ୍ତି କହନ୍ତି, ଶାନ୍ତ ଦେଖାଯାଉଥିବା ଋଷିଗଙ୍ଗା ନଦୀର ଏପରି ଭୟଙ୍କର ରୂପ କେବେ ଦେଖି ନଥିଲି। ରବିବାର ସକାଳେ ଧୁଆଁଳିଆ ହୋଇ କ’ଣ ମାଡ଼ି ଆସୁଛି ଭଳି ଦେଖିବାକୁ ମିଳିଥିଲା। କିଛିସମୟ ପରେ ଋଷିଗଙ୍ଗା ନଦୀ ସହିତ ଆବର୍ଜନା ମାଡ଼ି ଆସୁଥିବା ଦେଖିବାକୁ ପାଇଥିଲୁ। ଆମେ ଗ୍ରାମବାସୀ ଏପରି ପ୍ରଳୟ କେବେ ହେଲେ ଦେଖି ନଥିଲୁ, ନା କେବେ ସ୍ବପ୍ନରେ ବି ଭାବି ଥିଲୁ କି ଋଷିଗଙ୍ଗା ଏପରି ପ୍ରଳୟ ନେଇ ଆସିବ। ଏହି ପ୍ରାକୃତିକ ପ୍ରଳୟରେ ରାଇନି ଏବଂ ତପୋବନା ଶକ୍ତି ପ୍ରକଳ୍ପ ସହିତ ଜଡିତ ଲୋକମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଦୁର୍ଘଟଣା ପରେ ଗାଁର କିଛି ଲୋକ ନିଖୋଜ ହୋଇଯାଇଥିବା ବି ସୂଚନା ମିଳିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/3-6.jpg)