ଉତ୍ତରାଖଣ୍ଡ ସରକାରଙ୍କ ବଡ ଘୋଷଣା । ସବୁ କଲେଜକୁ ଦିଆଯିବ ୱାଇ ଫାଇ କନେକ୍ସନ । ଉପକୃତ ହେବେ ୪ ଲକ୍ଷ ଛାତ୍ର ।

162

କନକ ବ୍ୟୁରୋ : କରୋନା କାଳରେ ସ୍କୁଲ କଲେଜ ବନ୍ଦ ଥିବା ବେଳେ ଛାତ୍ର ଛାତ୍ରୀମାନେ ବିଶେଷ ଭାବେ ଅନଲାଇନ୍ କ୍ଲାସ କରୁଛନ୍ତି । ଏହାସହ କରୋନା କାଳରେ ବି ଅନଲାଇନ୍ କ୍ଲାସର ଆବଶ୍ୟକତା ବଢିଛି । ଏହାକୁ ନଜରରେ ରଖି ଉତ୍ତରଖଣ୍ଡ ସରକାର ରାଜ୍ୟରେ ଥିବା ସମସ୍ତ କଲେଜକୁ ୱାଇ ଫାଇ କନେକ୍ସନ ଦେବାକୁ ନିଷ୍ପତ୍ତି କରିଛନ୍ତି । ସରକାରଙ୍କ ଯୋଜନା ମୁତାବକ ଅଗଷ୍ଟମାସ ୧୪ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ କଲେଜକୁ ୱାଇ ଫାଇ କନେକ୍ସନ ମିଳିବ । ଏହାସହ ୟୁଜିସି କଲେଜ ପାଇଁ ଏକ ଗାଇଡଲାଇନ ଜାରି କରାଯାଇଛି । ଏହି ଗାଇଡଲାଇନ ଆଧାରରେ ଅଫ୍ ଲାଇନ କ୍ଲାସ ପାଇଁ ବିଚାର କରାଯାଉଛି ।

ଉତ୍ତରାଖଣ୍ଡ ର ସମସ୍ତ କଲେଜକୁ ୱାଇ ଫାଇ ସେବା ଯୋଗାଇ ଦେବାକୁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଂଚିଛି । ଅଗଷ୍ଟ ୧୪ ତାରିଖ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବା ନେଇ କୁହାଯାଇଛି । ଏହାଦ୍ୱାରା ରାଜ୍ୟର ପାଖା ପାଖି ୪ ଲକ୍ଷ ଛାତ୍ର ଛାତ୍ରୀ ୱାଇ ଫାଇର ଲାଭ ଉଠାଇ ପାରିବେ । ଲନ ଲାଇନ କ୍ଲାସ ନେଇ ଉଚ୍ଚଶିକ୍ଷା ବିଭାଗର ଏହା ଏକ ବଡ ପଦକ୍ଷେପ । ଏହାସହ ନେଟୱର୍କ ନଥିବା ସ୍ଥାନ ମାନଙ୍କୁ ୱାଇ ଫାଇ କନେକ୍ସନ ଯୋଗାଇ ଦେବାକୁ ଅସୁବିଧାରେ ସମ୍ମୁଖୀନ ହୋଇ ପାରନ୍ତି ସରକାର ।

ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଧନସିଂ ରାୱତ କହିଛନ୍ତି କି ରାଜ୍ୟର ସମସ୍ତ କଲେଜକୁ ଅଗଷ୍ଟ ୧୪ ତାରିଖ ସୁଦ୍ଧା ୱାଇ ଫାଇ ସୁବିଧା ମିଳିବ । ସବୁ ସାଂସଦ ଓ ମନ୍ତ୍ରୀ ନିଜ ନିଜ ଅଞ୍ଚଳରେ ଏହାର ଶୁଭାରମ୍ଭ କରିବେ । ଏହାଦ୍ୱାରା ଅନଲାଇନ କ୍ଲାସକୁ ଦ୍ରୁତ ଗତିରେ ଆଗକୁ ବଢାଯାଇ ପାରିବ । ଏହାସହ ଉଚ୍ଚଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି କି ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟଭାବେ ୪ ଲକ୍ଷ ଛାତ୍ର ଛାତ୍ରୀଙ୍କୁ କଲେଜ ମାନଙ୍କରେ ୱାଇ ଫାଇ ସେବା ଯୋଗାଇ ଦେବାକୁ ଯାଉଛି ।