ଉତ୍ତରାଖଣ୍ଡ ଭୟଙ୍କର ହିମସ୍ଖଳନ ପରେ ହାଇ ଆଲର୍ଟ ଜାରି : ଭାରତ ଚୀନ୍ ସୀମା ଚମୋଲି ନିକଟରେ ହୋଇଛି ହିମସ୍ଖଳନ; ୨ ମୃତ, ୮ ନିଖୋଜ, ୨୫୧ ଶ୍ରମିକ ଉଦ୍ଧାର

Advertisment
ଉତ୍ତରାଖଣ୍ଡ ଭୟଙ୍କର ହିମସ୍ଖଳନ ପରେ ହାଇ ଆଲର୍ଟ ଜାରି : ଭାରତ ଚୀନ୍ ସୀମା ଚମୋଲି ନିକଟରେ ହୋଇଛି ହିମସ୍ଖଳନ; ୨ ମୃତ, ୮ ନିଖୋଜ, ୨୫୧ ଶ୍ରମିକ ଉଦ୍ଧାର

କନକ ବ୍ୟୁରୋ : ଉତ୍ତରାଖଣ୍ଡର ଚମୋଲି ଗର୍‌ୱାଲ୍‌ ଜିଲ୍ଲା ଅନ୍ତର୍ଗତ ଭାରତ-ଚୀନ୍ ସୀମାନ୍ତ ଅଞ୍ଚଳ ସୁମନା ଗାଁ ନିକଟରେ ‘ଗ୍ଲେସିଅର୍‌’ ଫାଟିବା ଘଟଣା । ଭାରତ ଚୀନ୍ ସୀମା ଚମୋଲି ନିକଟରେ ହୋଇଛି ହିମସ୍ଖଳନ; ୨ ମୃତ, ୮ ନିଖୋଜ, ୨୫୧ ଶ୍ରମିକ ଉଦ୍ଧାର ।

ତୁଷାର କ୍ଷେତ୍ର ବିସ୍ଫୋଟ ହେବାରୁ ସୁମ୍‌ନା ସେପାଖରେ ସୁମନା-ରିମଖିମ୍‌ ରାସ୍ତା ନିର୍ମାଣରେ ଲାଗିଥିବା ଶ୍ରମିକଙ୍କ ଉପରେ ଉପରେ ତୁଷାର ସ୍ରୋତ ଅଜାଡ଼ି ହୋଇ ପଡ଼ିଥିଲା । ଉତ୍ତରାଖଣ୍ଡ ସରକାର ଏ ସଂକ୍ରାନ୍ତରେ ସତର୍କ ସୂଚନା ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ତୀରଥ୍‌ ସିଂହ ରାୱତ୍‌ ଟୁଇଟ୍‌ କରିଛନ୍ତି, ନୀତି ଉପତ୍ୟକାରେ ଥିବା ସୁମନା ଗାଁରେ ଏକ ତୁଷାର କ୍ଷେତ୍ର ବିସ୍ଫୋଟ ହୋଇଥିବା ଖବର ପାଇଛି। ଏଥିପାଇଁ ମୁଁ ସତର୍କ ସୂଚନା ଜାରି କରିବା ସହ ‘ବିଆର୍‌ଟିଓ’ ଏବଂ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ ରଖିଛି।

ଅନ୍ୟ ଏକ ଟୁଇଟ୍‌ରେ ସେ ଲେଖିଛନ୍ତି, ଘଟଣା ସମ୍ବନ୍ଧରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅବଗତ ଅଛନ୍ତି ଏବଂ ରାଜ୍ୟକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଯୋଶୀମଠରୁ ଆସିଥିବା ‘ବର୍ଡର୍‌‌ ରୋଡ୍‌ ଟିମ୍‌’ ଭାପକୁଣ୍ଡରୁ ସୁମନା ପର୍ଯ୍ୟନ୍ତ ଅଞ୍ଚଳ ପରିଷ୍କାର କରୁଛନ୍ତି। ଏହି କାମ ଶେଷ କରିବାକୁ ଆହୁରି ୬ରୁ ୮ଘଣ୍ଟା ସମୟ ଲାଗିବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ଗତ ପାଞ୍ଚ ଦିନ ହେବ ସେଠାରେ ପ୍ରବଳ ବର୍ଷା ଏବଂ ତୁଷାର ପାତ ହେଉଛି।

ଏଥିଯୋଗୁଁ ଋଷିଗଙ୍ଗା ନଦୀର ଜଳସ୍ତର ୨ ଫୁଟ୍‌ ବୃଦ୍ଧି ପାଇଥିବା କଥା ‘ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ରେସ୍‌ପନ୍ସ୍‌ ଫୋର୍ସ’ କହିଛି। ପରିସ୍ଥିତି ଉପରେ ତୀବ୍ର ଦୃଷ୍ଟି ରଖିଥିବା କଥା ମଧ୍ୟ ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‌ ମଧ୍ୟ କହିଛନ୍ତି । ସେନାସୂତ୍ରରୁ ପ୍ରକାଶ, ମାଲାରି ଏବଂ ‘ବିଆର୍‌ଓ’ କାର୍ଯ୍ୟାଳୟ ନିକଟରେ ଥିବା ସୁମନା ଗାଁ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ‘ଆଇଟିବିପି’ ୮ ବାଟାଲିୟନ୍‌ ପୋଷ୍ଟ୍‌ ନିକଟରେ ଏହି ତୁଷାର କ୍ଷେତ୍ରର ବିସ୍ଫୋଟ ଘଟିଛି। ‘ସେଣ୍ଟ୍ରାଲ୍‌ ଆର୍ମି କମାଣ୍ଡ୍‌’ ଉଦ୍ଧାର କାର୍ଯ୍ୟ ଚଳାଇଛି । ଜାତୀୟ ସ୍ତରର ଏକ ସମ୍ବାଦ ସରବରାହ ସଂସ୍ଥାନକୁ ‘ବର୍ଡର୍‌ ରୋଡ୍‌ ଟାସ୍କ୍‌ ଫୋର୍ସ’ର କମାଣ୍ଡର୍‌ ମନୀଷ କପିଳ କହିଛନ୍ତି, ଭାରତ-ଚୀନ୍‌ ସୀମାନ୍ତସ୍ଥିତ ଉତ୍ତରାଖଣ୍ଡର ଯୋଶୀମଠ ନିକଟରେ ଏହି ତୁଷାର କ୍ଷେତ୍ର ବିସ୍ଫୋଟ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe