କନକ ବ୍ୟୁରୋ : ସୁଡ଼ଙ୍ଗରେ ଫଶିଥିବା ଶ୍ରମିକଙ୍କ ସହ କଥା ହୋଇଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଶ୍ରମିକଙ୍କୁ ଆଶ୍ୱାସନା ଦେଇଛନ୍ତି ପୁଷ୍କର ସିଂ ଧାମୀ । ଖୁବ୍ ଶୀଘ୍ର ସମସ୍ତଙ୍କୁ ଉଦ୍ଧାର କରାଯବ ବୋଲି ୱାକି ଟକି ଜରିଆରେ ଶ୍ରମିକଙ୍କୁ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକିନିକି ଖବର ନେଉଥିବା ମଧ୍ୟ ଜଣାଇଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ । ଏହାସହ ସମସ୍ତଙ୍କର ସ୍ୱାସ୍ଥ୍ୟବସ୍ଥା କେମିତି ଅଛି ବୋଲି ପଚାରି ବୁଝିଛନ୍ତି ପୁଷ୍କର ସିଂ ଧାମୀ ।

Advertisment

ଅନ୍ୟପଟେ ସୁରକ୍ଷିତ ଉଦ୍ଧାର ନେଇ ଆଶା ବାନ୍ଧି ବସିଛନ୍ତି ବାରିପଦାର ବିଶେଶ୍ୱର ନାୟକଙ୍କ ପରିବାର । ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ତାଙ୍କ ଘରେ ପହଁଚି ବିଶ୍ୱେଶ୍ୱରଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି । ବିଶ୍ୱେଶ୍ୱରଙ୍କ ସୁରକ୍ଷିତ ଉଦ୍ଧାର ନେଇ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଦୀର୍ଘ ୧୨ ଦିନ ପରେ ଶ୍ରମିକଙ୍କ ଉଦ୍ଧାର ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି ।

କିଛି ଘଣ୍ଟା ମଧ୍ୟରେ ଉତରାଖଣ୍ଡ ଉତରକାଶି ଟନେଲ ରେ ଫସି ରହିଥିବା ସମସ୍ତ ଶ୍ରମିକଙ୍କୁ କରାଯିବ ଉଦ୍ଧାର । ଶ୍ରମିକଙ୍କ ଭିତରେ ଓଡ଼ିଶାର ପାଞ୍ଚ ଶ୍ରମିକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ତାଲବେଡ଼ା ଗାଁର ଭଗବାନ ଭତ୍ରା । ଉଦ୍ଧାର କାମ ଏବେ ଶେଷ ପର୍ଯ୍ୟାୟରେ ଥିବା ଖବର ମିଳିବା ପରେ ଭଗବାନଙ୍କ ଗାଁରେ ଏବେ ଖୁସିର ମାହୋଲ । ପରିବାର ଓ ଗାଁ ଲୋକେ ପ୍ରତିକ୍ଷଣ ଖବର ନେଉଛନ୍ତି କେତେବେଳେ ଟନେଲ ଭିତରୁ ସୁରକ୍ଷିତ ବାହାରିବେ ଭଗବାନ ।